ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ବାରା ଚୋର ଗିରଫ ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ବାରା ଚୋରି ଜିନିଷ ଉଦ୍ଧାର

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ବାରା ଚୋର ଗିରଫ

ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ବାରା ଚୋରି ଜିନିଷ ଉଦ୍ଧାର

ରାଉରକେଲା ୨୭/୯, ଇସ୍ପାତ ସହରର ସେକ୍ଟର-୧୯ ଥାନା ଅଞ୍ଚଳରେ ଘରର ଛାତ କାଟି କମ୍ପୁଟର ମନିଟର ଚୋରି ଅଭିଯୋଗରେ ସେକ୍ଟର-୧୯ ପୋଲିସ୍ ଜଣେ ଚୋରକୁ ଗିରଫ୍ କରିବା ସହିତ ଚୋର ନିକଟରୁ ଚୋରି ଯାଇଥିବା ଜିନିଷ ଉଦ୍ଧାର କରିଛି। 

     ପୋଲିସର ସୂଚନା ଅନୁସାରେ ଛେଣ୍ଡ କିଷାନ ଟୋଲାର ପ୍ରଫୁଲ୍ଲ ସ୍ବାଇଁ (୭୦), ସେକ୍ଟର–୧୯ ସ୍ଥିତ ଆଇରନ୍ ଏଣ୍ଡ ଷ୍ଟିଲ୍ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ ଅଧିନରେ କାର୍ଯ୍ୟରତ ଥିଲେ। ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ ଭାଇଙ୍କ ଶ୍ରାଦ୍ଧ ପାଇଁ ସେ ଛୁଟିରେ ଥିଲେ। ଅଗଷ୍ଟ ୧୪ ତାରିଖରେ ଶ୍ରୀ ସ୍ବାଇଁ ଆଇରନ୍ ଏଣ୍ଡ ଷ୍ଟିଲ୍ କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ କାର୍ଯ୍ଯାଳୟକୁ ଫେରିବା ପରେ ସେ ଦେଖିବାକୁ ପାଇଥିଲେ ଯେ, କୌଣସି ଅଜ୍ଞାତ ବ୍ଯକ୍ତି କାର୍ଯ୍ୟାଳୟର ଏକ୍ସଟେନସନ୍ ରୁମର ଟିଣ ଛାତ ଏବଂ ସିଲିଂ ଭାଙ୍ଗି ୨୦ ଇଞ୍ଚର ଏଲ୍ଇଡି କମ୍ପ୍ୟୁଟର ମନିଟର ଚୋରି କରି ନେଇଛି। ଏହାପରେ ଶ୍ରୀ ସ୍ବାଇଁ ସେକ୍ଟର-୧୯ ଥାନାରେ ଅଭିଯୋଗ କରିଥିଲେ। 

     ସେକ୍ଟର-୧୯ ପୋଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଲେ ଯେ ସେକ୍ଟର-୧୮ ସମଲେଶ୍ୱରୀ ବସ୍ତିର ବାସିନ୍ଦା ଗୟାନୁ ମୁଗଡୀଙ୍କ ପୁଅ ବିକାଶ ମୁଗଡି (୧୮ ବର୍ଷ)ଙ୍କୁ ଏହି ଘଟଣାରେ ପୋଲିସ୍ ଅଟକ ରଖି ପଚରାଉଚରା କରିଥିଲା। ଯିଏ ଏହି ଅପରାଧକୁ ସ୍ୱୀକାର କରିଥିଲା। ତାଙ୍କ ସୂଚନା ଆଧାରରେ, ଚୋରି ହୋଇଥିବା ୨୦ ଇଞ୍ଚର LG କମ୍ପ୍ୟୁଟର ମନିଟର ଉଦ୍ଧାର କରାଯାଇଥିଲା। ପୋଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୁଦ୍ଧରେ ସେକ୍ଟର-୧୫ ଏବଂ ସେକ୍ଟର-୧୯ ଥାନା ଅଞ୍ଚଳରେ ଚୋରି ଏବଂ ତାଲା ଭାଙ୍ଗିବା ମାମଲା ସମେତ ପୂର୍ବରୁ ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ 

Sunil Chandra Nayak

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

masiha

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

Leave a Comment

error: Content is protected !!