ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା 

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା 

ନବରଙ୍ଗପୁର:( ତା ୨୭.୯.୨୦୨୫)(ରବି ନାରାୟଣ ମହାନ୍ତି) ସାରା ବିଶ୍ୱରେ ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଅଛି । ଚଳିତ ବର୍ଷ ଏହାର ମୁଖ୍ୟ ବିଷୟବସ୍ତୁ “ପର୍ଯ୍ୟଟନ ଏବଂ ସ୍ଥାୟୀ ବିକାଶ” (Tourism and Sustainable Development) ରଖାଯାଇଛି । ଏହି ଅବସରରେ, ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ତଥା ସ୍ଥାୟୀ ବିକାଶରେ ଏହାର ଭୂମିକା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାକୁ ବିଦ୍ୟାଳୟ ସ୍ତର ଏବଂ ମହାବିଦ୍ୟାଳୟ ସ୍ତର ଭାବେ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା । ଜିଲ୍ଲାର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।ବିଦ୍ୟାଳୟ ସ୍ତରର ବିଚାରକ ଭାବେ ପୂଜାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାପାତ୍ର ଏବଂ ଡଙ୍ଗରଭେଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଦାୟିତ୍ୱ ନେଇଥିଲେ । ମହାବିଦ୍ୟାଳୟ ସ୍ତର ପାଇଁ ଓଡ଼ିଆ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସଉରା ବିଚାରକ ଭାବେ ରହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗ ଦେଇଥିଲେ । ସେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରି ପର୍ଯ୍ୟଟନ କ୍ଷେତ୍ରରେ କ୍ୟାରିୟର ଓ ଚାକିରୀର ସୁଯୋଗ ବିଷୟରେ ବୁଝାଇଥିଲେ। ରାଜ୍ୟ ସରକାର କିପରି ଏହି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ସେହି ବିଷୟରେ ମଧ୍ୟ ସେ ବିସ୍ତୃତ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟ ସ୍ତର ରେ ପ୍ରଥମ ଶ୍ୟାମ ସୁନ୍ଦର ଯାଦବ, ଟେକ୍ନୋ ଗୁରୁକୁଳ ସ୍କୁଲ୍ , ଦ୍ୱିତୀୟ ପି. ଧନୁଷ, ଟେକ୍ନୋ ଗୁରୁକୁଳ ସ୍କୁଲ୍,ତୃତୀୟ ଏମ୍. ସୂର୍ଯ୍ୟ ନାରାୟଣ ନାଇଡୁ, ଟେକ୍ନୋ ଗୁରୁକୁଳ ସ୍କୁଲ୍ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ବବିତା ଗଣ୍ଡ, ନବରଙ୍ଗପୁର ନୋଡାଲ ଡିଗ୍ରୀ ମହାବିଦ୍ୟାଳୟ,ଦ୍ୱିତୀୟ ପ୍ରିୟଙ୍କା ମହାପାତ୍ର, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନବରଙ୍ଗପୁର ଓ ତୃତୀୟ ଅମିଶା ଭଟ୍ଟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର ପୁରସ୍କାର ଗ୍ରହଣ କରିଥିଲେ।ଶେଷରେ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘାସିରାମ ହରିଜନ ପର୍ଯ୍ୟଟନର ମହତ୍ତ୍ୱ ଓ ପ୍ରକୃତି ସହିତ ନିଜକୁ ଯୋଡ଼ିବା ପାଇଁ ଛୁଟିରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଭ୍ରମଣ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ସମସ୍ତ ବିଜେତାଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ କାର୍ଯ୍ୟାଳୟର କନିଷ୍ଠ ସହାୟକ ନିରଞ୍ଜନ ନାୟକ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମପ୍ରକାଶ ସାହୁ ଏବଂ ଏ. ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ 

masiha

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

masiha

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

Leave a Comment

error: Content is protected !!