ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମାନବ କଲ୍ୟାଣ

ମାନବ କଲ୍ୟାଣ

 

ନଳିନୀ ପ୍ରଭା ମିଶ୍ର

 

ମାନବ କଲ୍ୟାଣ ଜୀବନର 

  ପାଇଁ ସର୍ବଶ୍ରେଷ୍ଠ ବୈଭବ

ବର୍ଣ୍ଣିତ ପୁରାଣେ ପର 

  ଉପକାରେ ହୋଇଥାଏ ସ୍ଵର୍ଗଲାଭ।

ମାନବ ହୃଦୟ ଅଟ ଇ ପବିତ୍ର

  ନାରାୟଣଙ୍କ ନିବାସ

ମାନବ ସେବା ହିଁ ମାଧବ ଙ୍କ

  ସେବା ବଳେ ଅରଜିବ ଯଶ।

ମାନବ କଲ୍ୟାଣ ପାଇଁ ଯୁଗେ

  ଯୁଗେ ଦଧିଚି ଙ୍କ ଅସ୍ଥି ଦାନ

ସେ ପରମ ଆଖ୍ୟା ରହିଛି 

  ଅମର ହେଲେ ଜଗତେ ମହାନ୍।

ମାନବ କଲ୍ୟାଣେ ମଦେର ଟେରେସା

   ସମାଜର ଥିଲେ ମାଆ

ନିଜ କାର୍ଯ୍ୟ ଲାଗି ଅରଜିଲେ

  ଯଶ ହୋଇଛନ୍ତି ବନ୍ଦନୀୟା।

କର୍କଟ ରୋଗର ପାଇଁ ମାଡାମ

  କିଉରି ଙ୍କ ଅବଦାନ

ଜନ ହିତ ପାଇଁ ଜଗତରେ

  ସଦା ହୋଇ ରହିଲେ ମହାନ୍।

ମାନବ କଲ୍ୟାଣ ଲାଗି ଆଜି

  କେତେ ଉଦ୍ଭାବିତ ନାନା ତଥ୍ଯ

ବିଜ୍ଞାନ ଦିଏ ନୂତନ ଚେତନା

  ନର ହୁଏ ଉପକୃତ।

ମାନବ କଲ୍ୟାଣେ ଚିକିତ୍ସା କ୍ଷେତ୍ରରେ

   ଅଙ୍ଗ ରୋପଣ କ୍ଷେତ୍ରରେ

ବିଶେଷଜ୍ଞ ମାନେ କରୁଛନ୍ତି

  କାର୍ଯ୍ୟ ନିଜ ଜ୍ଞାନ ସହକାରେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!