ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ ,ତା, ୨୯/୦୯ :(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି । କନ୍ଧମାଳ ଜିଲାରେ କାର୍ଯ୍ୟରତ ୩୧ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନେଇ ଗଠିତ ହୋଇଥ‌ିବା ‘ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ’ (ପି.ଏ.ଜି.) ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ସକାଶେ ବନବାସୀ ସେବା ସମିତିର ସ‌ହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ନିର୍ବାଚନ ଅଧିକାରୀ ଏବଂ ବାଲିଗୁଡ଼ା ଗ୍ରାମବିକାଶ ଶାଖାର ବିଶ୍ୱଜିତ ସାହୁଙ୍କୁ ସହଯୋଗୀ କାର୍ଯ୍ୟ ସମ୍ପାଦନ ସକାଶେ ମହାସଂଘ ଦାୟିତ୍ଵ ଦେଇଥିଲେ। ମହାସଂଘର ଅଧ୍ୟକ୍ଷ ଭାବେ ପାହାଡ଼ର ସଂପାଦକ ପଞ୍ଚାନନ ମିଶ୍ର, ଉପାଧ୍ଯକ୍ଷ ଭାବେ ଜନବିକାଶର ସମ୍ପାଦକ ମଦନ ଛୁଆଳସିଂ, ଆବାହକ ସଂପାଦକ ଭାବେ ପ୍ରଦାତାର ସଂପାଦକ ପ୍ରଦୀପ ଦାସ, କୋଷାଧ୍ୟକ୍ଷ ଭାବେ ସେବାର ସଂପାଦିକା ନୂତନ ନାୟକ ନିର୍ବାଚିତ ହେ ହୋଇଥିଲେ। ପୂର୍ବତନ ଆବାହକ ତ‌ଥା ସ୍ୱାତୀର ସମ୍ପାଦକ ହରିଶଙ୍କର ରାଉତ ନୂତନ ଆବାହକ ଶ୍ରୀ ଦାସଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ମହାସଂଘ ର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଦାସ, କୈଳାଶ ଚନ୍ଦ୍ର ଦଣ୍ଡପାଟ, ସୁକାନ୍ତ ନାୟକ, କେଶମତୀ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଆଇଆଇଏସ୍‌ବ୍ୟୁର ମୋହିତ ନାୟକ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବାରୁ ବନବାସୀର ରବୀନ୍ଦ୍ର କୁମାର ପଣ୍ଡା ଏବଂ ଗ୍ରାମ ବିକାଶର ବିଶ୍ବଜିତ ସାହୁଙ୍କୁ ଧନ୍ୟବାଦ ଦେବା ସହିତ ବିଦାୟୀ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଦେଇଥିଲେ । ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା

masiha

ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଜ୍ଞାନରେ ରାଜଶ୍ରୀ,କଳାରେ ଦୀପିକା ଓ ବାଣିଜ୍ୟରେ ବିଶ୍ୱଜିତ୍ ଟପ୍ପର

Leave a Comment

error: Content is protected !!