ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

 ବିଜୟ କୁମାର ଜେନା

 

ଗ୍ରାହ୍ୟସ୍ତ ଜୀବନେ ଏକ ପତ୍ନୀ ବ୍ରତ

         ଆଚରଣେ ନିଷ୍ଠା ଯାର

ଯେତେ ଝଡ଼ଝଂଜା ଆସୁନା କାହିଁକି

        ଜୀବନ ହୁଏ ସୁଧାର।

କର୍ତ୍ତବ୍ୟ ବୋଧରେ ସମ ଜ୍ଞାନ କରି

       ତାପାଦେ ନେଲେ ଆଶ୍ରୟ

ଜଗତ ଠାକୁର ବଳିଆରଭୂଜ

        ନକରେ ଯେ ନିରାଶ୍ରୟ।

କରମ ଯୋଗରେ ଗୃହୀ ଜନଟିଏ

         ଭକ୍ତ ଭାବେତରିଯାଏ 

ସତ୍ଯାନୁସରଣ ବ୍ଯକ୍ତିତ୍ବ ମନନ

      ପର ନିନ୍ଦା ଦୂରେ ରହେ।

ସମାଜ କହିବ ଆଦର୍ଶ ଗୃହସ୍ଥ

          ପର ହିତେ ତାର ମନ

ମାନବ ସେବାରେ ମାଧବର ସେବା

       ନିତି ଅରଜଇ ପୁଣ୍ୟ।

ସମର୍ପିତ ମନ ସମର୍ପିତ ପ୍ରାଣ

          ଜଗନ୍ନାଥ ହିଁ ଭରସା

କର୍ତ୍ୟବ୍ୟ କରମ ସାଧି ସାଧି ଗଲେ

         ନ ବୁଡିବ କାର ଆଶା।

 

    ଅବସର ପ୍ରାପ୍ତ ପ୍ରାଧ୍ୟାପକ ,ଶାମୁକାସାହି, ରଣପୁର, ନୟାଗଡ

Related posts

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

ଜରି ପାଳ ତଳେ ବିତୁଛି ତିନି ପ୍ରାଣୀଙ୍କ ଜୀବନ, ଆବାସ ଯୋଜନାରେ ମିଳିପାରି ନାହିଁ ପକ୍କା ଘର, ଦୃଷ୍ଟି ଦେବେକି ପ୍ରସାଶନ ?

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!