ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଘାଟିତ

ଏନ୍.ଏସ୍.ଏସ୍ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍‌ଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକସ୍ଥିତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ତରଫରୁ ଶୀତକାଳିନ ସ୍ଵତନ୍ତ୍ର ଶିବିର ଆଜି ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମୁରଲିଧର ରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରାର୍ଥୀଙ୍କୁ ସେବା ଯୋଜନାର ଅନେକ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଉଦଘାଟନୀ ଉତ୍ସବରେ ଜାତୀୟ ସେବା ଯୋଜନାର ଅଧିକାରୀ ଆଭାସ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗଦାନ କରିବା ସହିତ ପ୍ରଥମ ଦିବସରେ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ ତଥା ବାହ୍ୟ ପରିବେଶ ସଫାସୁତରା କରିଥିଲେ I ବିଦ୍ୟାଳୟର କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ 

masiha

ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

Leave a Comment

error: Content is protected !!