ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଜିଲା ବିଜୟା ଦଶମୀ: ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

ଭିଜିଲା ବିଜୟା ଦଶମୀ: ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

କନ୍ଧମାଳ, ତା, ୦୨/୧୦:(ମନିସ): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଏକପ୍ରକାର ଶୂନଶାନ୍ ହୋଇଯାଇଛି । ଏପରିକି ଗୁରୁବାର ମଧ୍ୟାହ୍ନ ୨ଟାରୁ ଅନ୍ଧାର ଘୋଟି ଆସିଥିବା ରାତ୍ର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଥିବା ଜଣାପଡିଛି l ଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ମା’ଙ୍କ ପୂଜା କରାଯାଉଥିବା କହିଛନ୍ତି ପୂଜକ । 

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

masiha

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!