ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

ଢେଙ୍କାନାଳ: ତା.୦୨.୧୦.୨୦୨୫ ରିଖ: ଢେଙ୍କାନାଳ ଜିଲ୍ଲାର ସମାଜ କୈନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ ଢେଙ୍କାନାଳ ଥିଙ୍କର୍ସ ଫୋରମର ସଦସ୍ୟା,ସଦସ୍ୟମାନେ ଗତକାଲି ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳନ କରିଛନ୍ତି। ସକାଳ ୮ ଘଟିକା ୩୦ ମିନିଟରେ ଫୋରମର ବରିଷ୍ଠ ସଦସ୍ୟ ସୁଶୀଳ କୁମାର ନନ୍ଦ ସ୍ଥାନୀୟ ଗାନ୍ଧୀ ପାର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଅହିଂସା ମାର୍ଗରେ ଯାଇ ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଆହ୍ୱାନ ଦେଇଥିଲେ ପରେପରେ ଫୋରମର ସାମାଜିକ ଶାଖାର ସହ ପ୍ରମୁଖ ଅବିନାଶ ପଟ୍ଟନାୟକ ଏବଂ ଚରୈବେତି ପ୍ରମୁଖ ପ୍ରକାଶ କୁମାର ପରିଡା ସିଭିଲ କୋର୍ଟ ପାଖରେ ଥିବା ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆମେ ସମସ୍ତେ ଲାଲ୍ ବାହାଦୁରଙ୍କ ଭଳି ନୀତିବାନ ହେବାପାଇଁ ଉଦବୋଧନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଫୋରମର ସଭାପତି ସୋମେନ୍ଦୁ ଶତପଥୀ,ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ,କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଏବଂ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସାହୁ,ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ ଉପସ୍ଥିତ ଥିଲେ।

ସୋମେନ୍ଦୁ ଶତପଥୀ, ସଭାପତି,
ପ୍ରକାଶ ଚନ୍ଦ୍ର ରାଉତ,ସମ୍ପାଦକ, ଢେଙ୍କାନାଳ ଥିଙ୍କର୍ସ ଫୋରମ

Related posts

ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

କୋଲକତାରେ ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ମାରଓ୍ବାଡି ମହିଳା ସମିତି ତରଫରୁ ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ 

masiha

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

Sunil Chandra Nayak

Leave a Comment

error: Content is protected !!