ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

କୋଇଡା ଖଣି ଅଂଚଳ ଅନ୍ତର୍ଗତ ମେସେର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ର ଓରାଘାଟ ଲୌହ ଖଣି ରେ ଗତ 17.09.25 ରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଛତା ହି ସେବା କାର୍ଯ୍ୟକ୍ରମ October ଦୁଇ ତାରିଖ ଗାନ୍ଧୀଜୟନ୍ତୀ ଦିନ ଉଦଯାପିତ ହୋଇ ଯାଇଛି. ଏହି ପରିପେକ୍ଷୀରେ ପ୍ରଥମ ଦିନରୁ ସ୍ୱଛତା ଶପଥ ପାଠ ସହ ଆରମ୍ଭ ହୋଇଥିବା ସ୍ୱଛତା ପକ୍ଷ ପାଳନ ଅବସରରେ ଖଣିରେ ବ୍ୟାପକ ସଫେଇ କାର୍ଯ୍ୟରେ ସମସ୍ତ କର୍ମଚାରୀ, ସଫେଇ ମିତ୍ର,ବିଭିନ୍ନ ବିଭାଗର କର୍ମୀ,ଠିକା କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ମାନଙ୍କର ସ୍ଵେଛାକୃତ ଶ୍ରମଦାନରେ ବହୁଳ ମାତ୍ରାରେ ଯଥା ଓରାଘାଟ ଖଣିର ପ୍ରଶାସନିକ ଭବନ, ପୁରୁଣା କଲୋନୀ, ଅତିଥି ଭବନ, ଇଲେଟ୍ରିକାଲ ଡିଜି ରୁମ, ରାସ୍ତା ଘାଟ, ଦୋକାନ ବଜାର ପ୍ରଭୁତି ସ୍ଥାନରେ ସଫେଇ କାର୍ଯ୍ୟ ହୋଇ ଥିଲା ଏହା ସହିତ ବହୁଳ ମାତ୍ରାରେ ବୃକ୍ଷ ରୋପଣ କରାଯାଇ ଥିଲା. ଏହା ସହିତ ଓରାଘାଟ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭା ଯାତ୍ରା ଆରମ୍ଭ କରାଯାଇ ଓରାଘାଟ ବିଦ୍ୟାଳୟ ପାଖ ରାସ୍ତା ରେ ଓରାଘାଟ ଗ୍ରାମ ଦେଇ ପାର୍କିଙ୍ଗ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା ଏଥିରେ ସମସ୍ତ କର୍ମଚାରୀ. ସୁରକ୍ଷା କର୍ମଚାରୀ. ଠିକା କର୍ମଚାରୀ ଓ ଗ୍ରାମବାସୀ ଓ ଗ୍ରାମର ପିଲାମାନେ ଯୋଗ ଦେଇଥିଲେ, ଆହୁରି ମଧ୍ୟ ଉଦଯାପନ ଦିନ ସାନିଇନ୍ଦିପୁର ରୁଙ୍ଗଟା କଲୋନୀ ମଧ୍ୟରେ ପ୍ରଭାତ ଫେରି ଶୋଭାଯାତ୍ରା କରାଯାଇଥିଲା, ସ୍ଥାନୀୟ ବିଦ୍ୟାଳୟ ଯଥା ଓରାଘାଟ ପ୍ରାଥମିକ ବିଦ୍ୟାଳୟ,କଳାମଙ୍ଗ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର କାଟାସାହି ପ୍ରଭୁତି ବିଦ୍ୟାଳୟରେ ସ୍ୱଛତା ବିଷୟରେ ରଚନା, ସ୍ଲୋଗାନ ଓ ଚିତ୍ରାଙ୍କନ ପତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା. ଓ ସ୍ୱଚ୍ଛତା ଉପକରଣ ବଣ୍ଟନ କରାଯାଇଥିଲା.ଏହା ସହିତ ସଫେଇ ମିତ୍ର ମାନଙ୍କର କମ୍ପାନୀର ଡାକ୍ତର ମୁକ୍ତିକାନ୍ତ ମହାନ୍ତି ଓ ଡ. ସୁନୀଲ କୁମାର ପଟେଲ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ. ଓ ଟିବି (ଯକ୍ଷ୍ମା) ରୋଗ ବିଷୟରେ ସଚେତନ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ପାରା ମେଡିକାଲ ଷ୍ଟାଫ୍ଫ ଶ୍ରୀଯୁକ୍ତ ସୁଜିତ କୁମାର ମହାନ୍ତ, ଅରୁଣ କୁମାର ଵାଲା, ଶିବାଜୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ଓ ଏହି ଶିବିରରେ ସଫେଇ ମିତ୍ର ମାନଙ୍କୁ ପୁରସ୍କାର ସହିତ ସ୍ୱଛତା ଉପକରଣ ବଣ୍ଟନ କରାଯାଇଥିଲା. ଅତି ଉତ୍ସାହର ସହିତ ସମସ୍ତ କାର୍ଯ୍ୟକର୍ମରେ ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସୁଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା. ଏହି ସମସ୍ତ କାର୍ଯ୍ୟରେ ସି ଏସ ଆର ବିଭାଗର ମୁଖ୍ୟ ଡ. ଅଞ୍ଜନ କୁମାର ଲେଙ୍କା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ.. ଏହା ସହିତ ଉଦଯାପନ ଦିବସରେ ଭାରାପ୍ରାପ୍ତ ଖଣି ପରିଚାଳକ ଶ୍ରୀ ଯୁକ୍ତ ଇନ୍ଦ୍ରଜିତ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା.ଏହିକାର୍ଯ୍ୟକ୍ରମରେ ଓରାଘାଟ ଖଣି ତରଫରୁ ଶ୍ରୀ ବିଦ୍ୟାଧର ସାହୁ, ରଞ୍ଜନ କୁମାର ପାଣି, ଡ଼ି ଏସ ଦିନକର, ସତ୍ୟଜିତ ମହାପାତ୍ର, ବିଶ୍ୱରଂଜନ ବେହେରା, ବନମାଳୀ ମହାନ୍ତ, ରାମେଶ୍ୱର ପାଇକରାୟ, ବିଶ୍ୱଜିତ ଚକ୍ରବର୍ତ୍ତୀ, ଏଚ ବି ଦାସ, ସଲମାନ ନାୟାର,ନିରୁପମ ମହାକୁଡ଼,ବସନ୍ତ କୁମାର ମହାପାତ୍ର. ଲିଟୁନ କୁମାର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ. ଏବଂ ସୁରକ୍ଷା କର୍ମଚାରୀ,ମିତ୍ରା ଏସ କେ ପ୍ରୟୋଗଶାଳାର ସମସ୍ତ କର୍ମକର୍ତା, ଓରାଘାଟ ଖଣି ର ସମସ୍ତ କର୍ମକର୍ତା ଓ ଠିକା କର୍ମଚାରୀଙ୍କ ପୂର୍ଣ୍ଣ ସମର୍ଥନରେ ଏହି କାର୍ଯ୍ୟ ପରିଚାଳନା ହୋଇ ଥିଲା.ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଂଚଳରେ ବ୍ୟାପକ ପ୍ରଭାବ ପକାଇବା ସହ 2025 ର ସ୍ବପ୍ନ “ସ୍ଵଭାଵ ସ୍ୱଚ୍ଛତା ଏବଂ ସଂସ୍କାର ସ୍ୱଚ୍ଛତା” ବାର୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଚାଇ ପାରିଛି। 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ନାଗରିକଙ୍କ ଦ୍ବାରା ଉତ୍କଳ ଦିବସ ପାଳିତ

masiha

ଜହ୍ନ ରାଇଜରେ ସାଙ୍ଗ କୁ ଖଣ୍ଡେ ଜାଗା ଦେଲେ ସମାଜସେବୀ ସୌମ୍ୟା 

Sunil Chandra Nayak

ଉନ୍ନୟନ କାର୍ଯ୍ୟ ରେ ସହମତି ପାଇଁ ଠିକାଦାର ସଂଘ ବୈଠକ 

Leave a Comment

error: Content is protected !!