ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

ଡାବୁଗାଁ, ୪/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ରାବଣାଗୁଡା ଗ୍ରାମରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ଗୋଦାମା ଗ୍ରାମର ଫୁଲମତି ଭତ୍ରା (୪୦) ଗତ ୧୮ ବର୍ଷ ତଳେ ରାବଣାଗୁଡା ଗ୍ରାମର ବନସିଂ ଭତ୍ରା ଙ୍କ ପୁଅ କୁଶ ଭତ୍ରା ଙ୍କୁ ବିବାହ କରିଥିଲେ | ତାଙ୍କର ୪ ଟି ସନ୍ତାନ ରହିଛି | ସେ ବହୁ ଦିନହେଲା ମାନସିକ ବିକୃତ ରୋଗରେ ପୀଡିତ ଥିଲେ | ୩୦.୯.୨୫ ମଙ୍ଗଳବାର ଦିନ ପ୍ରାୟ ୧୧ ଘ. ସମୟରେ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଫୁଲମତି ଭତ୍ରା ବିଷ ପିଇ ଦେଇଥିଲେ l ପରିବାର ଲୋକେ ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥା ରେ ଶୁକ୍ରବାର ରାତ୍ର ପ୍ରାୟ ୩ ଘ. ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏନେଇ ମୃତକ ର ବଡ ଭାଇ ସନଧର ଭତ୍ରା ଆଜି ପୂର୍ବାହ୍ନ ରେ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏସଆଇ ବିକ୍ରମ କିଶୋର ସାହୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୩୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

masiha

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

masiha

Leave a Comment

error: Content is protected !!