ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର 

ଡାବୁଗାଁ, ୪/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ କାରାଗାଁ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ମୋଟରସାଇକେଲ ଦୁର୍ଘଟଣା ଘଟି ୧ ଙ୍କ ର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ତର | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ଧୋଡ୍ରା – ଶିଂସାରୀ ମୁଖ୍ୟରାସ୍ତାରେ ବି.ଏସ.ପଦର ଗ୍ରାମର ତୁଳସୀରାମ ଗଣ୍ଡ (୨୮) ଓ ଗ୍ରାମର ବୁଦୁରାମ ଶବର (୩୨) ଶୁକ୍ରବାର ସନ୍ଧ୍ୟା ସମୟରେ ବି.ଏସ.ପଦର ଗ୍ରାମରୁ ମୋଟରସାଇକେଲ ନଂ ଓଡି ୨୪ ଜି ୫୦୬୩ ଯୋଗେ କାରାଗାଁ ଗ୍ରାମକୁ ଯାଉଥିବା ସମୟରେ କାରାଗାଁ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ ନଂ ଓଡି ୨୪ ଏଫ ୯୨୧୪ ଦୃତ ଗତିରେ ଆସି ଧକ୍କା କରି ଚାଲିଯାଇଥିଲା | ଫଳରେ ୨ ଜଣ ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ୨ ଜଣ ଆହତ ମାନଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ରାତ୍ରିରେ ତୁଳସୀରାମ ଗଣ୍ଡ ଙ୍କ ର ମୃତ୍ୟୁ ଘଟିଥିଲା | ପରେ ବୁଦୁରାମ ଶବରଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତନନ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଏନେଇ ମୃତ ତୁଳସୀରାମ ଗଣ୍ଡ ଙ୍କ ବାପା ଦେବ ଗଣ୍ଡ ଶନିବାର ପୂର୍ବାହ୍ନରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଶନିବାର ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୦୦/୨୫ ରେ ଏକ ମାମଲା ରୁଜୁ କରାଯାଇଛି | 

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

masiha

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

ଛେଳି ଚୋରକୁ ଉତ୍ତମ ମଧ୍ୟ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ 

masiha

Leave a Comment

error: Content is protected !!