ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ମାସିକିଆ ମାଗଣା ହାଟ ଓ ୧୧୭ ତମ ଜନ୍ମଦିନ ପାଳନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ରାକେଶ କୁମାର ସିଂ,ଯୋଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ବର୍ଷା ବୈଶାଳୀ, କବି କୁଞ୍ଜବିହାରୀ ରାଉତ,ରବର୍ଟ ହାଇଫିଲ, ସିଷ୍ଟର ଲିଓ ଯୋଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଆସୁଛି ବୋଲି ମତ ରଖିଥିଲେ। ଲାୟନ ରାକେଶଙ୍କ ପୁଅ ବିବେକ ସିଂ ଓ ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଭବନରେ ରହୁଥିବା ଅନ୍ତେବାସୀଙ୍କ ସହ କେକ୍ କଟାଯାଇ ସାମୁହିକ ଜନ୍ମଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଅନ୍ତେବାସୀଙ୍କ ମଧ୍ୟରେ ପୋଷାକ ପତ୍ର ଓ ଟିଫିନ୍ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ସାହୁ, ଚେତନା ଚୈତାଳୀ, ଅନ୍ବେଷା ପଣ୍ଡା, ଦେବିକା ଘୋଷ, ସସ୍ମିତା ପ୍ରଧାନ, ଦୀପଞ୍ଜନ ଘୋଷ ପ୍ରମୁଖ ଓ ଶାନ୍ତିଭବନର ଅନ୍ୟ ସିଷ୍ଟର ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠିତ

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

masiha

Leave a Comment

error: Content is protected !!