ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଗତ କାଲି କଳାହାଣ୍ଡି ଜିଲ୍ଲାରୁ ଥୁଆମୂଳ ରାମପୁର ବ୍ଲକରେ ଅସହାୟ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଶୀତ ଋତୁରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୁର୍ବତନ ସାଂସଦ ଅର୍କ କେଶରୀ ଦେଓ ଥୁଆମୁଲ ରାମପୁର ଠାରେ କମ୍ବଳ ବଣ୍ଟନ କରିଥଲେ।

ଉକ୍ତ ବ୍ଲକ ର ବିରିକୋଟ,ବାଗଦିଆନି,ବଡଛତରଙ୍ଗ ଗ୍ରାମ ପଞ୍ଚାୟତର ଗରିବ ଅସହାୟ ବୃଦ୍ଧା ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ପ୍ରାୟ ୩୦୦ ଗୋଟି କମ୍ବଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ସ୍ବେଚ୍ଛାସେବୀ ପବିତ୍ର ନାଏକ,ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ନିର୍ଦ୍ଦେଶରେ ଉକ୍ତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଅମିୟ ରଞ୍ଜନ ମୁଣ୍ଡ ଓ ମାନସ ରଞ୍ଜନ ଦୂରିଆ ଉପସ୍ଥିତ ଥିଲେ।

ଚଳିତ ଶୀତ ଋତୁରେ ଜିଲ୍ଳାର ତିନି ହଜାର ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

masiha

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!