ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

 ନୂଆପଡ଼ା -୬/୧୦ ସୋମବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା କୁ ୧୧୦୦ ସହ କୋଟି ରୁ ଉର୍ଦ୍ଧ ଟଙ୍କା ର ୯୫୭ ଟି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ଭେଟି ଦେଇଛନ୍ତି।ଏ ଅବସର ରେ ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଖରିରାର ରୋଡ ଏନଏ ସିଏ କୁ ମୁନସୀପାଲଟି ଓ କୋମନା ଓ ସିନାପାଲି କୁ ନୂତନ ଏନଏସି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଶୁଣି ଉପସ୍ଥିତ ଜନତା କର ତାଳି ମାରି ଗଗନ ପବନ କମ୍ପାଇ ଦେଇଥିଲେ। ସ୍ୱାଗତ ଭାଷଣ ଦେଇ ଜିଲ୍ଲାପାଳ ମଧୁସୁଦନ ଦାଶ ମୁଖ୍ୟ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଗଣ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ଵାସ୍ଥ୍ୟ ଓ ସାଂସଦ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଗଣ ଶିକ୍ଷା,ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବୀ ନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ଼ ସୋନିଆ ଜୈନ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭିକ ମଞ୍ଚ ସଂଯୋଜନା ପାୟଲ ନାୟକ କରିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବାଗତ ଅଭିଭାଷଣ ଦେଇଥିଲେ ଓ ଏନଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ ସଭା ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବୁଲା ଗାଈଗୋରୁଙ୍କୁ ରିଫାକ୍ଟିଭ ରେଡିୟମ୍ ବେଲଟ୍ ପିନ୍ଧାଯିବାର କାର୍ଯ୍ୟକ୍ରମ ରାଉରକେଲାରେ ଶୁଭାରମ୍ଭ

Sunil Chandra Nayak

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

Leave a Comment

error: Content is protected !!