ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

ମୟୂରଭଂଜ -୫/୧୦ — ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଞ୍ଚଳରେ ବାଦଲ ଫଟା ଵର୍ଷାରେ ଜନୈକ ଚାଷୀର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି ।ସୂଚନାଯୋଗ୍ୟ ଆଜି ରବିବାର ଅପରାହ୍ନ ୨ ଟା ପାଖାପାଖି ସମୟରେ ଆକାଶରେ ଦୁଇ ଘଣ୍ଟା ଧରି ବାଦଲ ଫଟା ଵର୍ଷା ମୂଷଳ ଧାରାରେ ହୋଇଥିଲା ।ଜାମଦା ଥାନା ଅଞ୍ଚଳର ଜାରକାଣୀ ପଞ୍ଚାୟତର ବାରୁଡ଼ି ଗ୍ରାମର ଚାଷୀ ହାତୀରାମ ସର୍ଦାର(୫୭) ଗାଁ ପଡ଼ିଆରେ ଗୋରୁ ଚରାଉଥିବା ସମୟରେ ହଠାତ୍ ବିଜୁଳି ଚଡ଼କ ମାରିଥିଲା । ବିଜୁଳି ଚଡକରେ ହାତୀରାମ ପଡିଆ ପାଖ ରାସ୍ତାରେ ଟଳି ପଡିଥିଲା ।ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।ଆସନ୍ତାକାଲି ସୋମବାର ଦିନ ଶବ ବ୍ୟବଚ୍ଛେଦ ହେବ ।ଜାମଦା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ର ଛାତ୍ରୀଙ୍କ ସଫଳତା

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

masiha

କନିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ସମଗ୍ର ରାଜ୍ୟରେ ପିନୁପ୍ରଭା ଙ୍କ ଦ୍ୱିତୀୟ ସ୍ଥାନ ଅଧିକାର

Sunil Chandra Nayak

Leave a Comment

error: Content is protected !!