ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

ମୟୂରଭଂଜ -୫/୧୦ — ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଞ୍ଚଳରେ ବାଦଲ ଫଟା ଵର୍ଷାରେ ଜନୈକ ଚାଷୀର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି ।ସୂଚନାଯୋଗ୍ୟ ଆଜି ରବିବାର ଅପରାହ୍ନ ୨ ଟା ପାଖାପାଖି ସମୟରେ ଆକାଶରେ ଦୁଇ ଘଣ୍ଟା ଧରି ବାଦଲ ଫଟା ଵର୍ଷା ମୂଷଳ ଧାରାରେ ହୋଇଥିଲା ।ଜାମଦା ଥାନା ଅଞ୍ଚଳର ଜାରକାଣୀ ପଞ୍ଚାୟତର ବାରୁଡ଼ି ଗ୍ରାମର ଚାଷୀ ହାତୀରାମ ସର୍ଦାର(୫୭) ଗାଁ ପଡ଼ିଆରେ ଗୋରୁ ଚରାଉଥିବା ସମୟରେ ହଠାତ୍ ବିଜୁଳି ଚଡ଼କ ମାରିଥିଲା । ବିଜୁଳି ଚଡକରେ ହାତୀରାମ ପଡିଆ ପାଖ ରାସ୍ତାରେ ଟଳି ପଡିଥିଲା ।ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।ଆସନ୍ତାକାଲି ସୋମବାର ଦିନ ଶବ ବ୍ୟବଚ୍ଛେଦ ହେବ ।ଜାମଦା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ବସ୍ତା ଅଞ୍ଚଳ ର ସମାଚାର

masiha

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

Leave a Comment

error: Content is protected !!