ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସିକ ସାରସ୍ଵତ ସମାରୋହ ଓ ପୁସ୍ତକ ଉନ୍ମୋଚନ 

ମାସିକ ସାରସ୍ଵତ ସମାରୋହ ଓ ପୁସ୍ତକ ଉନ୍ମୋଚନ 

ରାଉରକେଲା : ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାରୋହ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ବସ୍ତି ର ସମ୍ପାଦକ କବି ରାଜୀବ ପାଣିଙ୍କ ଆବାହକତ୍ୱ ଓ ଶିକ୍ଷାବିତ ଶର୍ମିଷ୍ଠା କବି ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି ସାରସ୍ଵତ ଉତ୍ସବରେ ମହେନ୍ଦ୍ର କୁମାର ପଟ୍ଟନାୟକ ପୈ।ରହିତ୍ୟ କରିଥିଲେ। ଏହି ଅବସରରେ ଆଲୋଚ୍ୟ ପ୍ରସଙ୍ଗ ପାର୍ବଣ ଋତୁ : ସାମ୍ପ୍ରତିକ ଗଳ୍ପ ଓ କବିତା ସମ୍ପର୍କରେ କବି ବିଜୟ ରାୟ ତଥା ଗାଳ୍ପିକା ମୋନାଲିସା ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ମାର୍ମିକ ଆଲୋଚନା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସ୍ବସ୍ତି ର ଶାରଦୀୟ ବିଶେଷାଙ୍କ କୁ ଉନ୍ମୋଚନ କରାଯାଇଥିଲା। ଏଥିରେ ସହର ତଥା ରାଜ୍ୟର ପ୍ରତିଷ୍ଠିତ ସାରସ୍ଵତ ପ୍ରତିଭାଙ୍କ ସୃଷ୍ଟି ପ୍ରକାଶ ପାଇଛି। ଯାହା ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ସଂସଦର ବରିଷ୍ଠ ସଭ୍ୟ ଶିକ୍ଷାବିତ ତଥା ଅଭିନେତା ରାଜକୁମାର ମହାନ୍ତିଙ୍କ ଜନ୍ମ ଦିବସ ପାଳନ କରାଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ନୃସିଂହ ଚରଣ ବିଶ୍ବାଳ, କୁଞ୍ଜବିହାରୀ ରାଉତ, କୃପାସିନ୍ଧୁ ଭୋଇ, ଅଶୋକ କୁମାର ପଟ୍ଟନାୟକ, ତ୍ରିନାଥ ସିଂହ, ଶ୍ରୀଧର ସୁନା ସ୍ବରଚିତ କବିତା ପାଠ କରିଥିଲେ। ଆଲୋଚ୍ୟ ପ୍ରସଙ୍ଗର ଉପସଂହାର ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ କରିଥିବା ବେଳେ ଶେଷରେ ପରିଚାଳନା ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ଗୋସ୍ବାମୀ, କୃପାସିନ୍ଧୁ ନାୟକ, ଅଜିତ ମୋହନ ପୁଜାରୀ, ସୁଷମା ପାଣି, କାଶୀନାଥ ନନ୍ଦୀ, ଗୈ।ତମ ଦାସ,ପାରେଶ୍ବର ବିଶ୍ବାଳ, ଅଜୟ ମହାନ୍ତି,ଅକ୍ଷୟ ଧଳ, ବିକ୍ରମ ଆଚାର୍ଯ୍ୟ, ଗୀତାଞ୍ଜଳି ପତ୍ରୀ, ଜ୍ୟୋସ୍ନାରାଣୀ ପାତ୍ର, ପ୍ରବୋଧ ଜେନା, ସୁଶାନ୍ତ ପାଣି, ଅନିଲ ଦାଶ, ନବଘନ ସାହୁ, ହରିହର ଶତପଥୀ, ରଶ୍ମିବାଳା ରାଉତରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୀନକେତନ ପଶାୟତ, କନକଲତା ଦାସ, ଲକ୍ଷ୍ମଣନାଥ ଦାସ,ଶରତ ଦାସ, ପ୍ରଦୀପ ପଟ୍ଟନାୟକ ଙ୍କ ସମେତ ବହୁ ସାହିତ୍ୟିକ, କବି ଓ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

masiha

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

masiha

ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାନ ଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!