ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି I ଆୟୋଜିତ ସଭା କାର୍ଯ୍ୟଟି ଶ୍ରୀଯୁକ୍ତ ନେତ୍ରନନ୍ଦ ବଡ଼ମାଳୀଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ନୂତନ କମିଟିର ସଭାପତି ଭାବେ ଶ୍ରୀ ଟଙ୍କଧର ନାଏକ, ଉପସଭାପତି ଶ୍ରୀ ନିରାକାର ସାହୁ, ସମ୍ପାଦକ ଶ୍ରୀ ସନତ କୁମାର ସାହୁ, ସହ ସମ୍ପାଦକ କିରଣ ସାହୁ, କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ସମସ୍ତ ସଭ୍ୟ ଚୟନ କରାଯାଇଥିଲା I ଉପଦେଷ୍ଟା କମିଟି ସଭ୍ୟ ଭାବେ ନେତ୍ରାନନ୍ଦ ବଡ଼ମାଳୀ, ରାଜେନ୍ଦ୍ର ଭୋଇ, ସିଙ୍ଗମଲ ଭୋଇ, ନବୀନ କିଶୋର ସାହୁ, ରୋହିତ ଭୋଇ, କୈଳାସ ସାହୁ, ସୋମନାଥ ସାହୁ, କ୍ଷୀରସାଗର ସାହୁ, କିସନଲାଲ ସାହୁ, ତାରଚନ ମାଝୀ ଓ ଗିରିଶ ଭୋଇ ସମେତ ମସ୍କାଦାଣ୍ଡି, କୁଶୁର୍ଲା, ହଜାରୀପଡା, ଟେର୍ଚ୍ଚାପଳା, ଏକାତରା, ଗୋବିନ୍ଦପୁର ଓ ଯୋରାଡବରା ଗ୍ରାମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ କମିଟି ଗଠନ କରାଯାଇଥିଲା I ପରେ ଶ୍ରୀ କିଶୋର ବିଶି ତାଙ୍କ ପରିବାର ତରଫରୁ ପ୍ରତି ବର୍ଷ ତିରିଶି ହଜାର ଟଙ୍କା ଦେବା ସହ ଆଜୀବନ ଯଜ୍ଞକର୍ତ୍ତା ଭାବେ ରହିବା ପାଇଁ ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା I ଶେଷରେ ସଭାପତି ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁରରେ ‘ମିଶନ୍ ଅକ୍ସିଜେନ୍’ ପାଇଁ ପ୍ରସ୍ତୁତି ଵିଠକ 

masiha

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

masiha

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

Sunil Chandra Nayak

Leave a Comment

error: Content is protected !!