ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ଭନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ଭନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

ମୟୂରଭଂଜ – ୧୦/୧୦ — ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଳାରେ ଆସନ୍ତା ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ପଲ୍ସ ପୋଲିଓ ବୁନ୍ଦା ସେବନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ଵୟନ ନିମନ୍ତେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ, ଏ ଡି ପି ଏଚ ଓ (ପରିବାର କଲ୍ୟାଣ) ଡା. ସୁନନ୍ଦା ମିଶ୍ର, ବାରିପଦା ପୌରପାଳିକା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଗୁରୁ ଚରଣ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ରୋଟାରି କ୍ଲବର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡି ଏମ ଆର ପି ଏଚ ମିସ ଏଲିନା ସାମଲ ପାୱାର ପଏଣ୍ଟ ଜରିଆରେ ଉକ୍ତ କାର୍ଯ୍ୟକ୍ରମ ସମ୍ଭନ୍ଧିତ ପ୍ରାକ ପ୍ରସ୍ତୁତି ବିସ୍ତୃତ କାର୍ଯ୍ୟ ସୂଚୀ ଏବଂ ଏହାର କାର୍ଯ୍ୟନ୍ୱୟନ ବିଷୟରେ ଉପସ୍ଥାପନ କରିଥିଲେ। ପ୍ରସଙ୍ଗ କ୍ରମେ ସେ କହିଥିଲେ ଯେ ଯଦିଓ ଆମ ଦେଶ ପୋଲିଓ ମୁକ୍ତ ରହିଛି ମାତ୍ର ପୋଡ଼ଶୀ ଦେଶରେ ଏପର୍ଯ୍ୟନ୍ତ ଏହା ରହିଛି ଯଦ୍ୱାରା ପୋଡ଼ଶୀ ଦେଶରୁ ଏହା ଆମ ଦେଶକୁ ଆସିବାର ଆଶଙ୍କା ରହିଛି। ତେଣୁ ପ୍ରତ୍ୟେକ ପିତାମାତା ସେମାନଙ୍କ ଶିଶୁଙ୍କୁ ପୋଲିଓ ମୁକ୍ତ କରିବା ପାଇଁ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଥର ପୋଲିଓ ବୁନ୍ଦା ନିଶ୍ଚିତ ଭାବେ ଖୁଆଇବା ପାଇଁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୨ ତାରିଖ ପୋଲିଓ ଦିବସ ଭାବେ ପାଳିତ ହେବ ଏବଂ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଶୂନ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟୀକାକରଣ ଜରିଆରେ ପୋଲିଓ ବୁନ୍ଦା ଖୁଆଇବା ପାଇଁ ପ୍ରଯତ୍ନ କରାଯିବ। ଏହି ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟକ୍ରମ ଜିଲ୍ଲା ସଦର ଚିକିତ୍ସାଳୟ, ସମସ୍ତ ଉପଖଣ୍ଡ ଚିକିତ୍ସାଳୟ ସମେତ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆରୋଗ୍ୟ ମନ୍ଦିର, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମିଶାଇ ମୋଟ ୧୧୭୦ ବୁଥରେ ଉପଲବ୍ଧ ହେବା ସହ ଜିଲ୍ଲାରେ ୨,୧୨, ୧୯୯ ଶିଶୁଙ୍କୁ ଏହି ବୁନ୍ଦା ଖୁଆଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ୨,୫୦, ୦୦୦ ଭେକସିନ ମହଜୁଦ ରହିଛି। ଏହାର ସୁପରିଚାଳନ ପାଇଁ ୨୩୪୦ ଟିମ ଗଠନ ସହିତ ୭୬ଟି ଆଇ ଏଲ ଆର ପଏଣ୍ଟ ଏବଂ ୨୩୪୦ ଭେକସିନ କ୍ୟାରିଅରର ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ୦୪-୧୦-୨୦୨୫ରିଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପ୍ରଶିକ୍ଷଣ ଦିଆଯାଇଛି। ଏ ସମ୍ଭନ୍ଧରେ ଅଧିକ ବିବରଣୀ ପାଇଁ ସ୍ଥାନୀୟ ଆଶା କର୍ମୀ, ଏଏନଏମ ଏବଂ ଅଙ୍ଗନବାଡି କର୍ମୀଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଉଛି ଏବଂ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଥିଲେ।

ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଜିଲ୍ଲାପାଳ କହିଥିଲେଯେ ଏହି ରୋଗର ଭୟାବହତା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମର ଶତ ପ୍ରତିଶତ ସଂତୃପ୍ତି ହାସଲ ଦିଗରେ ସମ୍ପୃକ୍ତ ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବା ଉଚିତ। ଏଥିପାଇଁ ସେବା ମନଭାବ ସହ ସମ୍ବେଦନଶୀଳ ହୋଇ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥି ସହିତ ନିଜର ତଥା ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କ ଶୂନ ରୁ ପାଞ୍ଚ ବର୍ଷ ଶିଶୁଙ୍କୁ ବୁଥକୁ ଆଣି ପୋଲିଓ ବୁନ୍ଦା ଖୁଆଇବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା 

masiha

କପିଳେଶ୍ବର ଓ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଧ୍ୟାନ କଲେ ASI ଅଧ୍ୟକ୍ଷ କେ.କେ.ବାଷା

masiha

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!