ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

ନର୍ଲା: ନର୍ଲା ବ୍ଲକର ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କ ମା ମନୋରମା ସେଠୀ ଗତ ରାତ୍ରି ୧୨ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଶଯ୍ୟାସାୟୀ ଥିଲେ।ଜଣେ ପରୋପକାରୀ ,ଧର୍ମ ପରାୟଣ, ବାତ୍ସଲ୍ୟମୟୀ ମହିଳା ରୂପେ ଜଣାଶୁଣା ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ବଡ଼ପୁଅ ସୁବ୍ରତ ସେଠୀ, ପ୍ରଦୀପ୍ତ ସେଠୀ, ପ୍ରଭାତ ସେଠୀ, ସୁଦୀପ୍ତ ସେଠୀ ସହ ଦୁଇ ଝିଅ,ନାତି, ଜ୍ୱାଇଁ ,ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।ସାନ୍ଦୁଲ ନଦୀ ତଟରେ ଶବ ଦାହ କରାଯାଇ ଥିଲା। ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଶୋକ ବ୍ୟକ୍ତ କରିଛନ୍ତି।ସାନ ପୁଅ ସୁଦୀପ୍ତ ସେଠୀ ମୁଖାଗ୍ନୀ ଦେଇ ଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସ୍କାଉଟ୍‌-ଗାଇଡ୍‌ ସେବା ପାଇଁ ବସନ୍ତ ସେବା ସମ୍ମାନ-୨୦୨୬ ଢେଙ୍କାନାଳ ଜିଲ୍ଲାର ସ୍କାଉଟ୍ ମାଷ୍ଟର୍ ସୁବ୍ରତ କୁମାର ମିଶ୍ର ଓ ଗାଇଡ୍ କ୍ୟାପଟେନ୍ ସତ୍ୟଭାମା ନାୟକ ରାଜ୍ୟସ୍ତରରେ ସମ୍ମାନିତ

Sunil Chandra Nayak

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

Sunil Chandra Nayak

ତେରେସିଂହା ରେ ଆର୍ଥିକ ସ୍ଵାକ୍ଷରତା ଶିବିର

Sunil Chandra Nayak

Leave a Comment

error: Content is protected !!