ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

ନବରଙ୍ଗପୁର:(୧୨|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଳକ ଅନ୍ତର୍ଗତ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନୁକୁଲ୍ୟରେ ସରକାରୀ(ନୁତନ)ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନବ ଭାରତ ସାକ୍ଷର କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଗବାନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ସାଧନ କର୍ମୀ ଭାବେ ରହି ନବ ଭାରତ ସାକ୍ଷର କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୋଜ କୁମାର ମହାପାତ୍ର ଉପସ୍ଥିତ ରହି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମନରେ ଉତ୍ସାହ ଭରି ଦେଇଥିଲେ l ନଵଭାରତ ସାକ୍ଷର କାର୍ଯ୍ୟକ୍ରମରେ ଆପ ଡାଉନଲୋଡ ସହିତ ୱେବସାଇଟ ରେ ଯାଇ ସର୍ଭେୟର୍ ରେଜିଷ୍ଟ୍ରେସନ କିପରି, କରାଯିବ ତାହାର ସବିଶେଷ ତଥ୍ୟ ରଖିଥିଲେ ।ନଵଭାରତ ସାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ -ଶିକ୍ଷୟିତ୍ରୀଙ୍କ ତରଫରୁ ପ୍ରତିଟି ଶିକ୍ଷକ ୧୦ ଜଣକୁ ନେଇ ଗୋଟିଏ ଟିମ ମାଧ୍ୟମରେ ବ୍ଳକର ଟାର୍ଗେଟ ୩୦୦୦ ଲେରନର ଓ ୩୦୦ ଭଲ୍ୟୁଣ୍ଟର ର କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟ କରିବାକୁ ଉତ୍ସାହ ପୂର୍ଣ୍ଣ ବାର୍ତ୍ତା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ରଶ୍ମିତା ନେତମଙ୍କ ପରିଚାଳନାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ହେମନ୍ତ ପଣ୍ଡା, ହେମେନ୍ଦ୍ର ନାଥ ବେହେରା,ଧନଞ୍ଜୟ ବଡଜେନା,ଗୀତାଞ୍ଜଳି ବସ୍ତିଆ ଓ ଗିରୀଶବାଳା ଜେନା ପ୍ରମୂଖ ସହଯୋଗ କରିଥିଲେ l ସାଧନ କର୍ମୀ ଶ୍ରୀ ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

masiha

୨୦୨୩ ମସିହା ଜାନୁଆରୀ ୧ ତାରିଖ କଳାହାଣ୍ଡି ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ

Sunil Chandra Nayak

ନିଟ ପରୀକ୍ଷାରେ କୃତିତ୍ୱ ପାଇଥିବା ଛାତ୍ର ସମ୍ବର୍ଦ୍ଧିତ

Leave a Comment

error: Content is protected !!