ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶାଳ ଆଦିବାସୀ ସମାବେଶରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ସମର୍ଥନ 

ବିଶାଳ ଆଦିବାସୀ ସମାବେଶରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ସମର୍ଥନ 

ନୂଆପଡା ଉପ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜପି ଦଳରେ ପ୍ରାର୍ଥୀ ଚୟନରେ ଦିନ ଗଡି ଚାଳିଥିବା ବେଳେ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି । ଉଭୟ ବିଜେଡି ଓ ବିଜେପି ବଳରେ ପ୍ରାର୍ଥୀ ଚୟନରେ କନ୍ଦଳ ଲାଗି ରହିଥ‌ିବା ବେଳେ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛି । କୋମନା ବ୍ଲକ କୁରୁମପୁରି ଫତାୟତ ଘାଟିପଡା ସାଇ କଲେଜ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଦିବାସୀ ନେତା ମାଝିଙ୍କୁ ସମସ୍ତ ଆଦିବାସୀ ସମର୍ଥନ ଜଣାଇ ଥିଲେ । ଗୌଡ ସାଂସ୍କୃତିକ ସମାଜ ନୂଆପଡା ଜିଲା ସଭାପତି ଦିବ୍ୟସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝି ମୁଖ୍ୟ ଅତିଥ୍ ଯୋଗ ଦେଇଥିବା ବେଳେ ପୂର୍ବତନ ଜିଲା ସଭାପତି ପ୍ରସନ୍ନ ମାଝି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଛତିଶଗତ ରାଜ୍ୟ ଅଧ୍ୟକ୍ଷା ଲୋକେଶ୍ବରୀ ମାଝି,ମହେନ୍ଦ୍ରି ମାଝି,ସରୋଜିନୀ ମାଝି,ସିଦ୍ଧେଶ୍ବରୀ ଠାକୁର,ଅମାତ ସମାଜ ଖୋଳା ରାଜ ରାଜ୍ୟ ସଚିବ ନାନୁକ ରାମ ମାଝି,ଜିଏସୟୁ ଜିଲା ସଭାପତି ହରିଶ୍ଚନ୍ଦ୍ର ମାଝି,ବୋଡେନ ବ୍ଲକ ସଭାପତି ମଝିଆ ମାଝି,କୋମନା ବ୍ଲକ ସଭାପତି ସନ୍ଥରାମ ମାଝି,ସିନାପାଲି ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝି,ବରିଷ୍ଠ ସମାଜସେବୀ ଦୁଲ୍ମାରାମ ମାଝି,ହୁମଲାଲ ମାଝି,ଜିଲା ଉପ ସଭାପତି ପ୍ରଦୀପ ସିଂ ମାଝି,ଖଡିଆଳ ବ୍ଲକ ସଭାପତି ବିହାରି ଲାଲ ମାଝି,ପୂର୍ବତନ କର୍ମଚାରୀ ସଂଘ ଜିଲା ସଭାପତି ରାମନାଥ ଧରୁଆ,କୁଲିଆବନ୍ଧା ସର୍କଲ ସମୀକ୍ଷକ ମେମସିଂ ମାଝି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମଂଚାସୀନ ଥିଲେ । ଜିଲ୍ଲାରେ ବିଭିନ୍ନ ବର୍ଗର ସବୁ ଜାତିର ଆଦିବାସୀ ମିଶି ସର୍ବାଙ୍ଗରେ ରହିଛୁ । ସମସ୍ତ ଆବିବାସୀ ଏକତ୍ର ନ ଥିବାରୁ ସମ୍ଭ୍ରାନ୍ତ ମାନେ ଆମକୁ ଶାସନ କରି ଚାକର ଭଳିଆ ଖଟାଉଛଛି । ଏଇଟା ସୁଯୋଗ ମିଲିଛି । ଆମ ଆଦିବାସୀ ନେତାଙ୍କୁ ଭୋଟ ଦେଇ ବିଜୟୀ କରି ଜାତିର ଟେକ ରଖୁବା ବୋଲି ଅତିଥ୍‌ ମାନେ ମତବ୍ୟକ୍ତ କରିଥିଲେ । ଜିଲାରେ ୭୦ ପ୍ରତିଶତ ଆସିବାସୀ ଶ୍ରେଣୀର ଲୋକ ବାସ କରୁଥିବା ବେଳେ ୧ ଲକ୍ଷ ୫ ହଜାର ଭୋଟ ରହିଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୬୪ ଖଣ୍ଡ ଭୋଟ ରହିବା ବେଳେ ୬୦ ପ୍ରତିଶତ ଆଦିବାସୀ ଭୋଟ ରହିଛି । ଆମେ ସମସ୍ତ ଆଦିବାସୀ ଏକ ହୋଇ ଆଦିବାସୀ ନେତା ମାଝିଙ୍କୁ ବିଜୟୀ କରି ବିଧାନ ସଭାକୁ ପଠାଇବୁ ବୋଲି ଜାତିର ଇଷ୍ଟ ଦେବାତା ଚୁଡାଦେଓ ଠାରେ ଶପଥ ନେଇଛନ୍ତି । ଉକ୍ତ ସମାବେଶରେ ନୂଆପଡା ବ୍ଲକ ସମେତକୋମନା,ଖଡିଆଳ, ବୋଡେନ,ସିନାପାଲି ଓ ଛତିଶଗଡ ରାଜ୍ୟର ସତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ଉପସ୍ଥିତ ଥିଲେ । 

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

masiha

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ଜିଲ୍ଲାସ୍ତରୀୟ ବିଜେପିର ଷଷ୍ଠତମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!