ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ (ସୁନାରି) ସମାଜ ର ବୈଠକ

ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ (ସୁନାରି) ସମାଜ ର ବୈଠକ

ଆସିକା, ୧୨/୧୦/୨୫ — ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ବା ସୁନାରି ସମାଜ 15 ତାଲୁକା କେନ୍ଦ୍ରର ବୈଠକ ଧରାକୋଟ ନିକଟସ୍ଥ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ର ସଭାପତି ଡି. ଶିବଶଙ୍କର ଆଚାରି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘ ସଂପାଦକ କେ ଶଶି ଭୂଷଣ ଆଚାରି, ଉପ ସଭାପତି କେ ଶ୍ୟାମମୂର୍ତ୍ତି ଆଚାରି, ଉପ ସଭାପତି ବି ଭୁକୈଳାସ ଆଚାରି, ସହ ସମ୍ପାଦକ ଟି ବିଜୟ କୁମାର ଆଚାରି, କୋଷାଧ୍ୟକ୍ଷ ବି ଶାନ୍ତନୁ କୁମାର ଆଚାରି,ବରିଷ୍ଠ ସଦସ୍ୟ କେ ଦିଲୀପ କୁମାର ଆଚାରି ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ଧରାକୋଟ ତାଲୁକା ର କର୍ମକର୍ତ୍ତା ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକ ରେ କେନ୍ଦ୍ରର ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ସହ ବିଭିନ୍ନ ତାଲୁକା ର ସମସ୍ୟା ଗୁଡ଼ିକ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ଧରାକୋଟ ତାଲୁକା ର ଯୁବ ସଭାପତି ପି ବିଶ୍ଵନାଥ ଆଚା ରି ଙ୍କ ସଂଯୋଜନା ରେ ସଭାପତି ଜଗନ୍ନାଥ ଆଚାରି, କାହ୍ନୁ ଆଚାରି, ସିତେନ୍ଦ୍ର ଆଚାରି ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ୮୬% ,ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ୧୦୦% ପାସ୍ 

masiha

ଏକତା ମହିଳାମଞ୍ଚ କଳାହାଣ୍ଡି ଦ୍ୱାରା ତିନି ଦିନିଆଁ ମହିଳା ସଶକ୍ତିକରଣ ପ୍ରଶିକ୍ଷଣ ତାଲିମ ଶିବିର ସଦର ବ୍ଲକ ଗୁଭାପଡା ରେ ଅନୁଷ୍ଠିତ

Sunil Chandra Nayak

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

masiha

Leave a Comment

error: Content is protected !!