ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଜ ଲକ୍ଷ୍ମୀ ପୂଜା କଲେ ଜିଲ୍ଲା କିନ୍ନର ସଂଘ 

ଗଜ ଲକ୍ଷ୍ମୀ ପୂଜା କଲେ ଜିଲ୍ଲା କିନ୍ନର ସଂଘ 

ନବରଙ୍ଗପୁର : (୧୩|୧୦)(ରବି ନାରାୟଣ ମହାନ୍ତି)ଦୀର୍ଘ ୨୭ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ସ୍ଥାନୀୟ ତେଲି ସାହି ମାଁ ଗଜ ଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ରେ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନଙ୍କୁ ପୂଜା କମିଟି ପକ୍ଷରୁ ପୂଜା ରେ ଭାଗ ନେଇ ପୁଜା କରିବାକୁ ସୁଯୋଗ ଦିଆଯାଇଛି। ଏଥି ନିମନ୍ତେ ବିଧିବଦ୍ଧ ଭାବେ ପୂଜା କମିଟି ପକ୍ଷରୁ କିନ୍ନର ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ନର ମାନଙ୍କୁ ସମାଜରେ ସମ୍ମାନ ଦେବା ନିମନ୍ତେ କମିଟି ସଭ୍ୟଙ୍କ ଦ୍ଵାରା ଏପରି ଏକ ଅଭିନବ ପ୍ରୟାସ କୁ ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, କମିଟି ର ସମସ୍ତ ସଦସ୍ୟଙ୍କୁ ସାଧୁବାଦ୍ ଜଣାଇ ଛନ୍ତି। କିନ୍ନର ମାନଙ୍କୁ ଏପରି ଆମନ୍ତ୍ରିତ କରିବା ଦ୍ଵାରା ସମାଜରେ କିନ୍ନର ମାନଙ୍କ ପ୍ରତି ଥିବା ଭେଦ ଭାବ ଦୂର ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେହିପରି ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ପ୍ରୋଜେକ୍ଟ ଲିଡର ତଥା କ୍ରୀଡାବିତ୍ ଏମ.ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ନିନୀ ବାବୁ ତ୍ରିପାଠୀ ଏବଂ ଦୁର୍ଗା ପାଢ଼ୀ, ଉମରକୋଟ ର ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, କିନ୍ନର ସଂଘର ମହିଳା ଉପଦେଷ୍ଟା କାଉନସିଲର ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱର୍ଣାଳତା ପଟ୍ଟନାୟକ, ଇଂଜିନିୟର ଚନ୍ଦନା ମଲ୍ଲିକ, ପ୍ରମୁଖ ଶୁଭେଛା ଜଣାଇଛନ୍ତି। ଉକ୍ତ ପୂଜା କାର୍ଯ୍ୟକ୍ରମରେ କାଜଲ , ଚୁମିକି,ପ୍ରୀତି, ବର୍ଷା, ଇପ୍ସିତା, ଅନିତା , ଶିବାନୀ, ବୈଦି ପ୍ରମୁଖ କିନ୍ନର ମାନେ ଭାଗ ନେଇଥିଲେ। ପୂଜା କମିଟି ପକ୍ଷରୁ ସଭାପତି ଉପସଭାପତି ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ମାଙ୍କ ପୂଜା ଦେଖିବା ନିମନ୍ତେ ଭକ୍ତଙ୍କ ଭିଡ ଜମିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Sunil Chandra Nayak

ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି କୃଷକମୋର୍ଚ୍ଚା ର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

Leave a Comment

error: Content is protected !!