ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦୁଇଦିନିଆ ଫୁଟବଲ୍ ଟୁର୍ଣାମେଣ୍ଟ ,ଭଟାଙ୍ଗ ଚମ୍ପିୟାନ ନର୍ଲା ରନସ୍ଅଫ

ଦୁଇଦିନିଆ ଫୁଟବଲ୍ ଟୁର୍ଣାମେଣ୍ଟ ,ଭଟାଙ୍ଗ ଚମ୍ପିୟାନ ନର୍ଲା ରନସ୍ଅଫ

ନର୍ଲା :- ନର୍ଲା ବ୍ଲକ୍ ଅନ୍ତର୍ଗତ ସର୍ଗିଗୁଡ଼ା ପଞ୍ଚାୟତ ନିକଟସ୍ଥ ସାନ୍ଦୁଲ୍ ନଦୀ ତଟ ଖେଳ ପଡିଆ ଠାରେ ସର୍ଗୀଗୁଡ଼ା ଜୟ ଦୁର୍ଗା ସ୍ପୋଟ କ୍ଲବ୍ ଆନୁ କୁଲ୍ୟରେ ଦୁଇ ଦିନିଆ ଫୁଟ୍ ବଲ୍ ଟୁର୍ଣା ମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏହି ଟୁର୍ଣାମେଣ୍ଟା ରେ ବଚ୍ଛା ବଚ୍ଛା ଆଠ ଗୋଟି ଦଳ ତଥା, ସର୍ଗିଗୁଡ଼ା, ଭଟାଙ୍ଗ, ଶାନ୍ତି ନଗର ପଡ଼ା, ଗୁଣପୁର, ନର୍ଲା, ଡଙ୍ଗର ତଳ ପଡ଼ା, ଆଡ୍ ରିଙ୍ଗ ଦଳ ଭାଗ ନେଇ ଥିଲେ। ପ୍ରଥମ ଦିନରେ ସମସ୍ତ ଲିଗ୍ ଖେଳ ସରିଯାଇ ଥିବା ବେଳେ ଦ୍ଵିତୀୟ ଦିବସରେ, ଭଟାଙ୍ଗଡଙ୍ଗର ତଳ ପଡ଼ା, ନର୍ଲା, ସର୍ଗିଗୁଡା, ଦଳ ସେମି ଫାଇନାଲ ରେ ପ୍ରବେଶ କରି ଥିଲେ। ଭଟାଙ୍ଗ ଓ ଡଙ୍ଗର ତଳ ପଡ଼ା ପ୍ରଥମ ସେମି ଫାଇନାଲ ଖେଳି ଥିଲେ। ଦୁଇ ଦଳ ସଙ୍ଘର୍ଷ ମୂଳକ ଖେଳ ପ୍ରଦର୍ଶନ କରି ଥିବା ବେଳେ ଶେଷ ପର୍ଯ୍ୟନ୍ତ କେହି କାହାକୁ ଗୋଲ୍ ଦେଇ ପାରି ନ ଥିଲେ, ଯାହା ଫଳରେ ଟ୍ରାଇ ବେଳର ସହ ଯୋଗ ଲୋଡ଼ି ଥିଲେ। ଏଥିରେ ୩/୦ଗୋଲରେ ଭଟାଙ୍ଗ ଦଳ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା। ଦ୍ୱିତୀୟ ମ୍ୟାଚ୍ ସର୍ଗିଗୁଡା ଓ ନର୍ଲା ମଧ୍ୟରେ ସେମି ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ମଧ୍ୟ ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ୍ ଦେବାକୁ ସକ୍ଷମ ହୋଇ ନ ଥିଲେ। ଯାହା ଫଳରେ ଟ୍ରାଇ ବେଳର ଆଶ୍ରୟ ନେବାକୁ ନେବାକୁ ପଡ଼ିଥିଲା। ତଦ୍ୱାରା ନର୍ଲା ଦଳ ୩/୨ଗୋଲ୍ ରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବରେ ଫାଇନାଲ ପ୍ରବେଶ କରିଥିଲା। ଫାଇନାଲ ଖେଳ ନର୍ଲା ଓ ଭଟାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ଏହି ଦୁଇ ଦଳ ସଙ୍ଘର୍ଷ ମୂଳକ ଖେଳ ପ୍ରଦର୍ଶନ କରି ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ସୀମାରେ କେହି କାହାକୁ ଗୋଲ୍ ଦେଇ ପାରି ନ ଥିଲେ। ଜ ଦ୍ଵାରା ଟ୍ରାଇ ବେଳର ଶ୍ରୋତା ରେ ଖେଳ ଖେଳା ଯାଇଥିଲା ଫଳରେ ଭଟାଙ୍ଗ ଦଳ ୩/୨ଗୋଲ୍ ରେ ନର୍ଲା କୁ ହରାଇ ଚାମ୍ପିଅନ ହୋଇଥିଲା। ଅନ୍ତିମ ଦିବସରେ ମୁଖ୍ୟ ଅତିଥି – ନର୍ଲା ବ୍ଲକ୍ ର ଜଣା ଶୁଣା ସମାଜ ସେବୀ କୁମୁଦ ଚରଣ ନାଏକ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ପି ଇ ଈ ଉଗ୍ରେଶନ ଗଉଡ଼, ବସନ୍ତ ମିଶ୍ର ସର୍ଗିଗୁଡା ଜୟ ଦୁର୍ଗା ସ୍ପୋଟିଂଙ୍ଗ କ୍ଲବ୍ ର ସଭାପତି ନାରାୟଣ ମାଝୀ ପ୍ରମୁଖ ମଞ୍ଚା ସିନ ଥିବା ବେଳେ ନର୍ଲା ବ୍ଳକ୍ ର ଜଣା ଶୁଣା ସାମ୍ବାଦିକ ଲିଙ୍ଗ ରାଜ ମିଶ୍ର ମଞ୍ଚ ପରିଚାଳନା ଦାୟିତ୍ୱରେ ତୁଲାଇ ଥିଲେ। ଏହି ଦୁଇ ଦିନିଆ ଖେଳ କୁ ମୁକୁନ୍ଦ ନାଏକ, ସୁରେଶ ନାଏକ ସରୋଜ୍ ପ୍ରଧାନ, ଲକ୍ଷ୍ମଣ ବାଗ,ପରିଚାଳନା କରିଥିବା ବେଳେ ମ୍ୟାଚ୍ ର ରେଫରି ରୁପେ ତ୍ରିଲୋଚନ ଗଉଡ଼,ନାରାୟଣ ପ୍ରଧାନ ନିଯୁକ୍ତି ହୋଇଥିଲେ। ଓ ସର୍ଗିଗୁଡା ଜୟ ଦୁର୍ଗା ସ୍ପୋଟିଂ ଙ୍ଗ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କ ସହ ଯୋଗ କ୍ରମେ ଖେଳ ଗୁଡାକ ସୁରୁ ଖୁରୁ ରେ ସମାପ୍ତ ହୋଇ ଥିଲା । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

Sunil Chandra Nayak

ମା ମାଝୀ ଗୌରୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

Sunil Chandra Nayak

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!