ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଗର ସାହିତ୍ୟ ସଂସଦ ପକ୍ଷରୁ ଲକ୍ଷ୍ମୀପୁଜା ବିଶେଷାଙ୍କ ସିନ୍ଧୁସୂତା ଉନ୍ମୋଚିତ

ସାଗର ସାହିତ୍ୟ ସଂସଦ ପକ୍ଷରୁ ଲକ୍ଷ୍ମୀପୁଜା ବିଶେଷାଙ୍କ ସିନ୍ଧୁସୂତା ଉନ୍ମୋଚିତ 

ଢେ଼ଙ୍କାନାଳ(ନି. ପ୍ର.)୧୩/୧୦ _ ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ହାଇ ସ୍କୁଲ ଛକ ସାରସ୍ଵତ ଲକ୍ଷ୍ମୀ ପୂଜା ମଣ୍ଡପରେ ସାଗର ସାହିତ୍ୟ ସଂସଦ ଏବଂ ଖୁସି ପ୍ରକାଶନୀ ଦ୍ବାରା ପ୍ରକାଶିତ ଲକ୍ଷ୍ମୀ ପୂଜା ବିଶୋଷାଙ୍କ “ସିନ୍ଧୁ ସୁତା” ଦ୍ବିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ଇନ୍ଦିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଲଲିତା ସାହୁ, ଇନ୍ଦିପୁର ଗ୍ରାମ ବିକାଶ ପରିଷଦର ସଭାପତି ରଘୁନାଥ ସିଂହ, ଇନ୍ଦିପୁର ମିଳିତ ଲକ୍ଷ୍ମୀ ପୂଜା ର ସଭାପତି ଦାମୋଦର ନାୟକ, ଶେଷଦେବ ସାହୁ, ଅଜୟ କୁମାର ପୃଷ୍ଟି, ପୀତବାସ ପୃଷ୍ଟି, କ୍ଷୀରୋଦ ସାହୁ , କୁଳମଣି ନାୟକ, ଗଙ୍ଗାଧର ପୃଷ୍ଟି, କବି ପ୍ରଶାନ୍ତ ସାହୁ, ଦୁଃଶାସନ ସାହୁ, ସୁବାସ ନାୟକ, ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ସଂସଦ ର ସମ୍ପାଦକ ତ୍ରିଲୋଚନ ମହାରଣା ପ୍ରାରମ୍ଭିକ ସୂଚନା ଦେଇଥିଲେ, ସହ ସମ୍ପାଦକ କାମାକ୍ଷା ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଭେଜିପଦର ଉ. ପ୍ରା. ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

Sunil Chandra Nayak

Leave a Comment

error: Content is protected !!