ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

ଡାବୁଗାଁ, ୧୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ଏକ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ବିଆରସି ରଞ୍ଜନ ମହାଙ୍କୁଡ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ପରିମଳ ଯୋଗୁଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଭାବେ ସମୃଦ୍ଧ ହେବା, ପରିମଳ ହେଲେ ଶରୀର ସୁସ୍ଥ ରହିବା ସହ ଆର୍ଥିକ ଉନ୍ନତି, ସମୟ ବଞ୍ଚିବା, ଆବର୍ଜନାର ସଠିକ ବିନିଯୋଗ କରି ଆର୍ଥିକ ଉନ୍ନତି ହେବା ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ଏଡିଏଓ- ୪ ଜଣ ଓ ଅଙ୍ଗନୱାଡି କର୍ମୀ ୬୦ ଜଣ ମୋଟ ୭୦ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା

masiha

ବିଜୁ ଏକ୍ସପ୍ରେସ ସଡ଼କ ରେ ପୁଣି ଦୁର୍ଘଟଣା, ଦୁଇ ବାଇକ୍ ଧକ୍କା ରେ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!