ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

କର୍ଲାମୁଣ୍ଡା, ୧୬/୧୦ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ଠାରେ ତେରେସିଂହା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆୟୋଜକ ହେମନ୍ତ କୁମାର ନାଏକ ସିଆରସିସି ତେରେସିଂହା ଓ କ୍ଲଷ୍ଟର ଅଧିନସ୍ଥ ବିଦ୍ୟାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ମଞ୍ଚାସୀନ ହୋଇଥିଲେ I ଉକ୍ତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ରୁ ପ୍ରତିଭାବାନ ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭା ବଳରେ ବିଦ୍ୟାଳୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇ ଏହି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ I ଏଥିରେ ଗଣିତ ଦୌଡ, ଗଣିତ କୁଇଜ୍, ଗଳ୍ପ କଥନ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ଶୃତଲିଖନ, ପି.ଏମ୍ ପୋଷଣ ଚିତ୍ରକଳା, ଶିଳ୍ପକଳା ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ତେରେସିଂହା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲା I ସହକାରୀ ଶିକ୍ଷକ ସୂର୍ଯ୍ୟମଣୀ ଭୋଇ ମଞ୍ଚ ପରିଚାଳନା କରିଥିଲେ I ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡ଼ିଶା ମହୋତ୍ସବରେ ଉତ୍କଳଶ୍ରୀ ସମ୍ମାନ ରେ ସମ୍ମାନିତ ହେଲେ କୁଞ୍ଜବିହାରୀ, ମନୋରଞ୍ଜନ ଓ ଅଶୋକ  ହାପି ମୋମେଣ୍ଟସ ଇଣ୍ଡିଆ ର ଓଡିଶା ମହୋତ୍ସବ ସମ୍ପନ୍ନ 

Sunil Chandra Nayak

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

Leave a Comment

error: Content is protected !!