ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର 

ଜୁନାଗଡ଼୧୮/୧୦ (ମନୀସ) ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡ଼ରେସନ (ଏଓଏସସିଅଫ) ଓ ବହୁଜନ ମୂଳନୀବାସୀ ମିଳିତ ମହାସଙ୍ଘ କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ କୋର୍ଟ ଚାଲିଥିବା ସମୟରେ ଜୋତା ଫିଙ୍ଗିବା ଘଟଣା ଓ ହରିୟାଣା ର ଆଇପିଏସ ଅଧିକାରୀ (ଏଡିଜିପି ) ୱାଇ. ପୁରନ କୁମାର ଙ୍କ ଉପରେ ଜାତିଗତ ନିର୍ଯାତନା ଓ ଶୋଷଣ ସହି ନ ପାରି ନିଜ ମୁଣ୍ଡ ରେ ଗୁଳି କରି ଆତ୍ମହତ୍ୟା ତଥା ସାରା ଦେଶ ରେ ଏସସି, ଏସଟି, ଓବିଶି ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଦେଶରେ ହେଉଥିବା ଅମାନୁଷିକ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସାମ୍ବିଧାନିକ ଆଇନ ଆଧାର ରେ ତଦନ୍ତ କରି ବହୁଜନ ସମାଜ ର ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଶନିବାର କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦ ସଭା ଓ ଗଣଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ କଳାହାଣ୍ଡି ଜିଲ୍ଲପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଏଓଏସସିଅଫ ର ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହାସଚିବ ଯତୀନ୍ଦ୍ର କର, କାର୍ଯ୍ୟକାରୀ ସଭାପତି ତଥା ବହୁଜନ ମୂଳନୀବାସୀ ମିଳିତ ମହାସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ଆଇନ ପରାମର୍ଶ ଦାତା ଛବିଲାଲ ନିଆଲ, ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ, ବହୁଜନ ମୂଳନୀବାସୀ ମିଳିତ ମହାସଙ୍ଘ ର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ଯୁବ ସଭାପତି ଡାକେଶ୍ୱର ଲହଜଳ, ଜିଲ୍ଲା ସମ୍ପାଦକ ଢଗ ନାଏକ, ସୋମ୍ୟରଞ୍ଜନ ନାଏକ, ଉପଦେଷ୍ଟା ଜଗଦୀଶ ଯାଦବ, ଉପଦେଷ୍ଟା ଆଦିତ୍ୟ ହଂସ ଯାଦବ, ବରୁଣ ନାଏକ, ଲୋକନାଥ ନାଗ, କୀର୍ତ୍ତନ ନାଏକ ଯାଦବ, ଚିତ୍ତରଞ୍ଜନ ନିଆଲ, ଜୟପ୍ରକାଶ ଜାଲ, ଯୁଧେଷ୍ଟି ଭଗତ, ଧିରେନ ସୁନାନୀ, ନାରୀ ନେତ୍ରୀ ପ୍ରତିମା ମହାନନ୍ଦ, ଦୀନେଶ କୁମାର ମଲ୍ଲିକ, ଧବଳେଶ୍ୱର ନାଗ, ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ କୁ ଏଓଏସସିଅଫ ମହାସଚିବ ତଥା ଶ୍ରୀ କର ପରିଚାଳନା କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ଲକ୍‌ଗ୍ରାଣ୍ଟ ବନାମ ଏସ୍‌ଏସ୍‌ବି: ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଛକାପଞ୍ଝା

ଆତ୍ମ ସୁରକ୍ଷା ତାଲିମ ଉଦଯାପିତ 

masiha

Leave a Comment

error: Content is protected !!