ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଗୀତର ଅନ୍ତଃସ୍ୱର ହେଉଛି ଜନଜୀବନ’      ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ନିମନ୍ତ୍ରିତ ବକ୍ତୃତାମାଳା

ଲୋକଗୀତର ଅନ୍ତଃସ୍ୱର ହେଉଛି ଜନଜୀବନ’

     ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ନିମନ୍ତ୍ରିତ ବକ୍ତୃତାମାଳା

      ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗ ଏବଂ ଆଇ କ୍ୟୁ ଏ ସି ସେଲର ମିଳିତ ଉଦ୍ୟମରେ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ବରେ ‘ପଶ୍ଚିମ ଓଡିଶାର ଲୋକଗୀତର ବୈଚିତ୍ର୍ୟ’ ଶୀର୍ଷକରେ ଅନ୍ୱେଷା ବକ୍ତୃତାମାଳା-୪୧ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ଅନ୍ୱେଷାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ନିଜର ଅଭିମତ ପ୍ରକାଶ କରି ଲୋକଗୀତ ସଂପର୍କିତ ପ୍ରସଙ୍ଗର ଗୁରୁତ୍ବ ବୁଝାଇଥିଲେ । ଏହି ନିମନ୍ତ୍ରିତ ବକ୍ତୃତାମାଳାରେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, କୁଶଙ୍ଗ, ବଲାଙ୍ଗୀରର ଓଡ଼ିଆ ଅଧ୍ୟାପକ ତଥା ଲୋକସଂସ୍କୃତି ଗବେଷକ ଡକ୍ଟର ଲକ୍ଷ୍ମଣ କୁମାର ମେହେର ମୁଖ୍ଯ ବକ୍ତା ରୂପେ ଉପସ୍ଥିତ ହୋଇ ପଶ୍ଚିମ ଓଡିଶାର ଲୋକଗୀତର ପ୍ରକାର ଭେଦ , ଲୋକଗୀତ ଓ ସୌନ୍ଦର୍ଯ୍ୟତତ୍ତ୍ୱ , ଲୋକଗୀତ ଓ ସମାଜତତ୍ତ୍ୱ ତଥା ଲୋକଗୀତର ମହତ୍ତ୍ବ ସମ୍ବନ୍ଧରେ ତାତ୍ତ୍ଵିକ ବିଶ୍ଳେଷଣ କରିଥିଲେ । ଲୋକଗୀତର ଅନ୍ତଃସ୍ୱର ହେଉଛି ଜନଜୀବନ ବୋଲି ଶ୍ରୀ ମେହେର ନିଜ ବକ୍ତବ୍ଯରେ ଉପସ୍ଥାପନ କରିଥିଲେ । ଉକ୍ତ ନିମନ୍ତ୍ରିତ ବକ୍ତୃତାମାଳାରେ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗ ମୁଖ୍ଯ ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଡକ୍ଟର ପ୍ରତ୍ୟାଶା ଧଳ ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ପ୍ରଫେସର ଶ୍ରୀ ଡୋଳାମଣି ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବକ୍ତା ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସାଗରିକା ଦଳାଇ, ରେଣୁକା ଡାକୁଆ, ଶ୍ରୀ ସୁବ୍ରତ କୁମାର ମାଝୀ, ଶ୍ରୀ ରାମଶଙ୍କର ମେହେର, ହିନ୍ଦୀ ବିଭାଗର ଅଧ୍ୟାପକ ଶ୍ରୀ ଗୋବିନ୍ଦ ନାଏକ , ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର କୈଳାସ ଚନ୍ଦ୍ର ଦାସ ତଥା ସମସ୍ତ ଗବେଷକ-ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

( ମ ନି ସ ) 

Related posts

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

masiha

ଚଚରାଗୁଡାରେ ମା ଠାକୁରାଣୀଙ୍କ ଘଣ୍ଟ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!