ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଆସନ୍ତା ୦୧ ରୁ ୦୫ ଡ଼ିସେମ୍ବର ୨୦୨୫ ଯାଏ ହେବାକୁ ଥିବା ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହେବ I ସେଥିରେ ଭାଗନେବା ନେବା ପାଇଁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି I ଏବର୍ଷର ନିୟମ ଅନୁଯାଇ ଏହି ଉତ୍ସବରେ ଭାଗ ନେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ତିନୋଟି ଲେଖାଏଁ ନୂତନ ମଡେଲର ଫଟୋ ଆବେଦନ ଫର୍ମ ସହ ପଠାଇବେ I ଯାହାକି ୨୭ସେପ୍ଟେମ୍ବର ରୁ ୨୪ ଅକ୍ଟୋବର ଭିତରେ ନିର୍ମିତ ହୋଇଥିବା ଓ ଗୋଟିକର ଉଚ୍ଚତା ଅତି କମରେ ପାଞ୍ଚ ଫୁଟ ହୋଇଥିବା ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ତାଙ୍କର ଜଣେ ସହଯୋଗୀ ତଥା କୁମ୍ଭାର କାରିଗର ଶ୍ରୀ ଦଶରଥ ରଣା(୭୫)ଙ୍କର ମଡେଲ ନିର୍ମାଣ କରି ଓଡିଶା ପର୍ଯ୍ୟଟନ ବିଭାଗକୁ ପଠାଇଛନ୍ତି ଓ ତାହା ଚୟନ କମିଟି ଦ୍ୱାରା ମନୋନୀତ ହେବ ବୋଲି ବାଲୁକା ଶିଳ୍ପୀ ଶ୍ରୀ ସାହୁ ଆଶା ରଖିଛନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଂଘ ର ନୂତନ ନିର୍ବାଚିତ ସଭାପତି  ପ୍ରଭାକର ପଳାଇ ଙ୍କୁ ବିପୁଳ ସମ୍ବଦ୍ଧନା 

Sunil Chandra Nayak

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

ଚନ୍ଦ୍ର ମଣି ନାଟ୍ୟ ସଂଘ ନଭେମ୍ବର ରେ ପାଳନ କରିବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!