ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସଭା

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସଭା

ଖଇରା,୨୪/୧୦/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଇରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏବିଇଓ ମାଣିକ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ମଧ୍ୟ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ମୋଟ ୧୭ ଗୋଟି କ୍ଲଷ୍ଟରର ପିଲାମାନେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ସାଂସ୍କୃତିକ କାର୍ଯ୍ୟକ୍ରମ, ପି.ଏମ.ପୋଷଣ, ଚିତ୍ରକଳା, ଶିଳ୍ପ କଳା, ମଡେଲ ୟୁନାଇଟେଡ଼ ନେସନ ପାଭିଲିୟନ ବିଭାଗରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟଙ୍କୁ ମଞ୍ଚାସୀନ ଅତିଥି ମାନେ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ସୁବାଷ ଚନ୍ଦ୍ର ସାହୁ ଓ ସୁଶାନ୍ତ କୁମାର ମହାପାତ୍ର ମଞ୍ଚ ଆହ୍ୱାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଦୁର୍ଗାମାଧବ ଜେନା । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସିଆରସି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଇଓ ଅଫିସ୍ ଷ୍ଟାଫ୍ ପୂର୍ଣ୍ଣ ସହଯୋଗ କରିଥିଲେ । ବିଚାରକ ଭାବେ ବିଭିନ୍ନ ବିଚାରପତି ମାନେ ସ୍ଥାନ ଅଳଙ୍କୃତ କରିଥିଲେ । ବ୍ଲକ ସ୍ତରୀୟ ବିଭିନ୍ନ କ୍ଲଷ୍ଟରରୁ ଏଲ.ଏଲ. ସାନଭି ରାଉତ, ଓମ୍ ପ୍ରକାଶ ନାୟକ, ସତ୍ୟ ପ୍ରକାଶ ଦାଶ, କରିସ୍ମା ପ୍ରିୟଦର୍ଶିନୀ ବେହେରା, ସାଇତନୟା ମହାନ୍ତି, ସ୍ବୟଂଶ୍ରୀ ନାୟକ, ତନୁଶ୍ରୀ ରାଉତ, ପୁଷ୍ପାଞ୍ଜଳି ନାୟକ, ମୋନାଲିସା ସାହୁ, ପ୍ରୀତିପ୍ରଭା ବେହେରା, ସ୍ମୃତିଶ୍ରୀ ମହାରଣା, ରୀତିକ୍ରୀଷ୍ଣା ରାଉତ, ବବିତା ଦାସ, ଦେବାଶିଷ ନାୟକ, ଯାଜ୍ଞସେନୀ ମହାପାତ୍ର, ମୋନାଲିସା ବେହେରା, ଆଦ୍ଯାଶା ପ୍ରିୟଦର୍ଶିନୀ ସେଠୀ, ଶୁଭଲକ୍ଷ୍ମୀ ଶଙ୍ଖୁଆ, ଦିପଙ୍କର ସାହୁ, ସୁଚିସ୍ମିତା ବୈଶାଖ, ରାଜଶ୍ରୀ ଜେନା, ରଲୀ ବାହାଲିଆ, ଜୟ ପ୍ରକାଶ ସାମଲ, ତୃପ୍ତିମୟୀ ରାଉତ, ବର୍ଷାରାଣୀ ପାତ୍ର ଓ ସୋନାଲି ସୋନାଲିକା ସ୍ବାଇଁ ଏବଂ ଅନ୍ୟ ମାନେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ନିର୍ବାଚିତ ହୋଇଛନ୍ତି । ଶେଷରେ ପ୍ରଶାନ୍ତ ପାଣିଗ୍ରାହୀଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

Sunil Chandra Nayak

ରାଇରଙ୍ଗପୁର ବସଷ୍ଟାଣ୍ଡ ପରିସର ରାସ୍ତା ଖାଲ ଖମାଲ ଯୋଗୁଁ ଵେହାଲ; ବସ ମାଲିକ,ଯାତ୍ରୀ ହନ୍ତସନ୍ତ; ପୌର‌ପ୍ରଶାସନ ଦୃଷ୍ଟି ଦେବାପାଇଁ ଦାବି

masiha

ବିଜୁଳି ଆଘାତ ରେ ରେ ଜଣେ ଆହତ :ଚିକିତ୍ସା ପାଇଁ ନବରଙ୍ଗପୁର ରେଫର 

Leave a Comment

error: Content is protected !!