ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼, ୨୪/୧୦/୨୫:  —  କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ନିର୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ‘ଆପଣଙ୍କ ପୁଞ୍ଜି : ଆପଣଙ୍କ ଅଧିକାର ‘ ଶୀର୍ଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାରେ ଦାବି ନ ହୋଇ ପଡି ରହିଥିବା ପୁଞ୍ଜିର ତ୍ୱରିତ ଓ ସରଳ ଦାବି ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରା ହୋଇଥିଲା। ସାରା ଦେଶରେ ଦ୍ଵିତୀୟ ପର୍ଯାୟରେ ସୁନ୍ଦରଗଡ଼ ଜିଲାରେ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା।

ଏହି ଶିବିରରେ ଅତିଥିଭାବେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ର କ୍ଷେତ୍ରୀୟ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ମହାକୁର, ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀ ଗଗନ ବିହାରୀ ଭଳ, ରିଜର୍ଭ ବ୍ୟାଙ୍କ ର ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀ ନବଘନ ରାଉତ, ରାଜ୍ୟ ସ୍ତରୀୟ ବ୍ୟାଙ୍କ ସମିତିର ଆବାହକ ଶ୍ରୀ ସତୀଶ ରଞ୍ଜନ ପ୍ରଧାନ ଉପସ୍ଥିତ ରହି ନିଷ୍କ୍ରିୟ ପୁଞ୍ଜି ର ସରଳ ଓ ତ୍ୱରିତ ଦାବି ସମାଧାନ ବାବଦରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଶିବିରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଅନ୍ୟାନ୍ୟ ବ୍ୟାଙ୍କ, ବୀମା କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ଓ ସେମାନଙ୍କର କ୍ୟାମ୍ପ ସ୍ଥାପନ କରିଥିଲେ। ଏହି ଶିବିରରେ ବ୍ୟାଙ୍କ ଓ ଅର୍ଥ ଲଗାଣକାରି ସଂସ୍ଥା ମାନଙ୍କର କର୍ମଚାରୀ ମାନଙ୍କ ବ୍ୟତୀତ ଦୁଇ ଶହରୁ ଉର୍ଦ୍ଧ ଜନସାଧାରଣ, ଛାତ୍ରଛାତ୍ରୀ ତଥା ଗୃହିଣୀ ମାନେ ଉପସ୍ଥିତ ଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ଆଦର୍ଶ ସାମ୍ବାଦିକ ସଙ୍ଘର ବୈଠକ 

Sunil Chandra Nayak

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

Leave a Comment

error: Content is protected !!