ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଥିମ ସଙ୍ଗ ପ୍ରସ୍ତୁତି ଶେଷ

ଆସନ୍ତା ୨୬ରେ ଷ୍ଟାଡିୟମ କନଫରେନ୍ସ ହଲ ରେ ହେବ ଓଡିଓ ରିଲିଜ 

ମୟୂରଭଂଜ – ୨୪/୧୦ —  ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ “କୁ ନେଇ ପ୍ରସ୍ତୁତ ଥିମ ସଙ୍ଗର ଓଡିଓ ରିଲିଜ ଆସନ୍ତା ୨୬ ତାରିଖ ରବିବାର ଅପରାହ୍ନ ସାଢେ ୩ଟା ରେ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l ଚଳିତ ବର୍ଷ ପ୍ରଥମ ଥର ପାଇଁ କମିଟି ପକ୍ଷରୁ ଏକ ଭିନ୍ନ ସ୍ୱାଦର ଥିମ ସଙ୍ଗ ପ୍ରସ୍ତୁତି ହୋଇଛି l ଏହି ଥିମ ସଙ୍ଗକୁ ଶବ୍ଦର ନିଖୁଣ ତାରକସିରେ ମୟୂରୀର ପ୍ରତିଷ୍ଠାତା ତଥା ଗୀତିକାର ସଞ୍ଜୟ କୁମାର ଚୌଧୁରୀ ସଂରଚନା କରିଥିବା ବେଳେ ଏହାକୁ ସୁନ୍ଦର ଭାବରେ ଦମଦାର ସ୍ୱରରେ ସଂଯୋଜନା କରିଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ସିଂହ l ଟ୍ରାକ ପ୍ରସ୍ତୁତି ସମୟରେ ଡିଗ ତବଲାରେ ଶିଳ୍ପୀ ବିଭୁତି ଭୂଷଣ ବେହେରା, କି ବୋର୍ଡରେ ଶେଖ ସରାଫତୁଲ୍ଲା, ପ୍ୟାଡ଼ରେ ଶେଖ ସଲାମତୁଲ୍ଲା ନିଜର କଳାଚାତୁରୀ ପ୍ରଦର୍ଶନ କରିଥିବା ବେଳେ ରେକର୍ଡିଷ୍ଟ ରାଜା ମିଶ୍ର ଏହାକୁ ରେକର୍ଡ କରିଛନ୍ତି l

 ବାରିପଦାର ସ୍ତୁତି ଓଡିଓ ରେ ଗୀତଟିର ରେକର୍ଡିଙ୍ଗ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି l କୁନି କୁନି ପିଲାଙ୍କୁ ନେଇ ପ୍ରସ୍ତୁତ ଏହି ଥିମ ସଙ୍ଗରେ କଣ୍ଠଦାନ କରିଛନ୍ତି କଣ୍ଠ ଶିଳ୍ପୀ ହିମାଦ୍ରୀ ତନୟା ଚୌଧୁରୀ, ଶୁଭମ ମାଇତି, ଆରାଧ୍ୟା ସିଂହ, ତନିଷା ମହାନ୍ତି, ଜାହ୍ନଵୀ ନାୟକ, ଜ୍ୟୋତିରାଦିତ୍ୟ ଜେନା,ଆୟୁକ୍ତା ତ୍ରିପାଠୀ ଏବଂ ସ୍ଥିତ ପ୍ରଜ୍ଞା ଜେନା l ଗୀତଟି ରିଲିଜ ମାତ୍ରେ ଶ୍ରୋତା ମହଲ ରେ ବେଶ ଆଦୃତ ହୋଇ ଚହଳ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦାବି କରା ଯାଇଛି l ଗୀତଟି ରିଲିଜ ହେବା କ୍ଷଣି ମୟୂରୀ ୟୁ ଟ୍ୟୁବ ଚାନେଲ ଯୋଗେ ଦର୍ଶକ ଦେଖିବା ସହ ଏହାକୁ ଶୁଣି ପାରିବେ l 

ଏଠାରେ ଉଲ୍ଲେଖ ଯୋଗ୍ୟ ଚଳିତ ବର୍ଷ ସଂସ୍କାର ଶିଶୁ ମହୋତ୍ସବ “ମୟୂରୀ ” ଆସନ୍ତା ନଭେମ୍ବର ମାସ ୧୩ ରୁ ୧୬ ତାରିଖ ଯାଏଁ ଚାରିଦିନ ଧରି ବାରିପଦା ସହିଦ ସ୍ମୃତି ଭବନ ନିକଟ ଶିଶୁ ଉଦ୍ୟାନ ପରିସରରେ ହେବ ବୋଲି ସ୍ଥିରୀକୃତ ହୋଇଛି l ଏଥିପାଇଁ ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହେବ l ଏଥର ପିଲାଙ୍କ ପାଇଁ ଅନେକ କିଛି ନୂଆ ନୂଆ କାର୍ଯ୍ୟକ୍ରମ ଭେଟିଦେବାକୁ ମହୋତ୍ସବ କମିଟି ପକ୍ଷରୁ ସ୍ଥିର ହୋଇଥିବା ବେଳେ ମହୋତ୍ସବରେ ଭାଗ ନେବାକୁ ଚାଁହୁଥିବା ପ୍ରତ୍ୟେକ ପ୍ରତିଯୋଗୀ ପଞ୍ଜିକରଣ କରିବା ଅନିର୍ଵାର୍ଯ୍ୟ ବୋଲି ସୂଚନା ଦିଆ ଯାଇଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

masiha

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

masiha

Leave a Comment

error: Content is protected !!