ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ 

ଆସିକା, ୨୪/୧୦/୨୫ — ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ର ଜଗମୋହନ ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କୟାକଳ୍ପ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସହ ଜନ ଆରୋଗ୍ୟ ସମିତି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ଏହି ମେଡିକାଲ ର ସଭାପତି ତଥା ଜିଲ୍ଲାପରିଷଦ ୩୯ ର ସଭ୍ୟ ପ୍ରତାପ ସ୍ୱାଇଁ,ଏବିଡ଼ିଓ ସୁଶୀଲ କୁମାର ପଟନାୟକ, ଜଗମୋହନ ମେଡିକାଲ ର ମୁଖ୍ୟ ଡାକ୍ତର ସିଦ୍ଧାନ୍ତ ସାମଲ,ଡାକ୍ତର ଦୁଧିଷ୍ଠିର ପ୍ରଧାନ,ଫର୍ମାସିଷ୍ଟ ସୌଦାମିନୀ ପୋଲାଈ,ଏନ ହେଛ ଏମ ର ବିପିଏମ ଗୋଲକ ନାରାୟଣ ଗାଡ଼ିଆ ଗଡୁ,ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ ମହାରଣା,ମହିଳା ସ୍ୱାସ୍ଥ୍ୟ କର୍ମୀ ବିନେତା କୁମାରୀ ପ୍ରଧାନ, ଏଲ ଟି ରଶ୍ମି ରଞ୍ଜନ ସେଠୀ,ବିଡ଼ିଏମ ଅଚ୍ୟୁତ ସାହୁ,ସନାତନ ପାଢ଼ୀ,ନାରାୟଣ ପ୍ରଧାନ,ପ୍ରଭାକର ଶତପଥି,ଅରୁଣ କୁମାର ପ୍ରଧାନ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହି ମେଡିକାଲ ରେ ନିୟମିତ ରୋଗୀସେବା କରିବା, ମାଗଣା ଚିକିତ୍ସା ସହ ଔଷଧ ପ୍ରଦାନ, ସଠିକ ସମୟରେ ମେଡିକାଲ ଖୋଲିବା, ପରିବେଶ ପରିଷ୍କାର ପରିଚ୍ଚନ୍ନତା ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏହି ଜଗମୋହନ ମେଡିକାଲ ର ଭିତ୍ତି ଭୂମି, ସ୍ୱାସ୍ଥ୍ୟ ସେବା ନିମନ୍ତେ ପୁରସ୍କାର ମିଳିବା ରେ ଅବଦାନ ଥିବା ଅଧିକାରୀ,କର୍ମଚାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସଂମାନ୍ନୀତ କରାଯାଇଥିଲା l ଏହି ମେଡିକାଲ ର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

ନର୍ଲା ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ 

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

Leave a Comment

error: Content is protected !!