ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଉତ୍ସାହ ୨୦୨୫

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଉତ୍ସାହ ୨୦୨୫ 

ନବରଙ୍ଗପୁର:( ତା ୨୫.୧୦.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଖେଳ ପଡିଆରେ ଶିଶୁ ଯତ୍ନ କେନ୍ଦ୍ରର ଶିଶୁ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗୀତା “ଉତ୍ସାହ” ଅନୁଷ୍ଠିତ ହୋଇଅଛି। ଜିଲ୍ଲାରେ ଥିବା ଛଅଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ମାନଙ୍କ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଏ ଉତ୍ସବର ମୂଳ ଲକ୍ଷ୍ୟ। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଯୋଗ ଦେଇ ମଶାଲ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶନୀ,ସଦସ୍ୟ ସନ୍ତୋଷ ଷଡ଼ଙ୍ଗୀ, ଅନିତା ହୋତା, ରବିନ୍ଦ୍ର ପଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଦ୍ରୌପଦୀ କହଁର,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡି. ଗୋବିନ୍ଦ ରାଓ ମହାବିଦ୍ୟାଳୟ ଉପାଧ୍ୟକ୍ଷା ଶ୍ରୀମତୀ ସଂଗୀତା ତ୍ରିପାଠୀ,ଫୁଟବଲ ପ୍ରଶିକ୍ଷକ ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ୬ ଟି ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମ ସିନ୍ଧିଗୁଡ଼ା ଓ ମାଝି ଗୁଡ଼ା,ଆଗପେ ଶିଶୁ ଅନୁଷ୍ଠାନ, ଖାତିଗୁଡ଼ା, ବ୍ଲେସିଁ ଅନୁଷ୍ଠାନ, ଉମରକୋଟ,ଶ୍ରୀ ରାଇରାମ ଦାସ ଅନୁଷ୍ଠାନ,ରାଇଘର ର ପ୍ରାୟ ୧୨୦ ଜଣ ଅନ୍ତେବାସୀ ଖେଳ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଅନ୍ତେବାସୀ ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, କ୍ୟାରମ, ଚେସ, ଫୁଟବଲ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫୁଟବଲ ପ୍ରତିଯୋଗିତାରେ ଶ୍ରୀ ରାଇରାମ ଦାସ ଶିଶୁ ଯତ୍ନ ଅନୁଷ୍ଠାନ ବିଜୟୀ ହୋଇଥିଲେ।କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଅନୁଷ୍ଠାନିକ ଯତ୍ନ ଅଧିକାରୀ କୁନିମଣୀ ସ୍ଵାଇଁ, ଡାଟା ବିଷ୍ଲେଶକ କିଷାନ ପଟ୍ଟନାୟକ, ହିସାବ ରକ୍ଷକ ମହେନ୍ଦ୍ର ଚାଲାଣ, ପରାମର୍ଶଦାତା ସୁଶୀଲ କୁମାର ମିଶ୍ର, ଶିଶୁ ମଙ୍ଗଳ ସମିତିର ଡାଟା ଏଣ୍ଟ୍ରି ଅପେରଟର ସନ୍ତୋଷ କୁମାର ଜେନା, ଚାଇଲଡ ଲାଇନ ର କର୍ମକର୍ତ୍ତା ପରିଚାଳନା କରିଥିଲେ। ଏଥିରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

Sunil Chandra Nayak

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

Sunil Chandra Nayak

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!