ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ 

ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ 

    ଡାବୁଗାଁ, ୨୬/୧୦ (ମ.ନି.ସ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୮ ଗୋଟି କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ର ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୪ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ଉଭୟ ମହିଳା ଓ ପୁରୁଷ ଙ୍କୁ ଚିହ୍ନଟ କରି ସେମାନ ଙ୍କୁ ଏକ ସାକ୍ଷର କରିବା ନିମନ୍ତେ ଏକ ଆକଳନ କାର୍ଯ୍ୟକ୍ରମ କରଯାଇଥିଲା | ଡାବୁଗାଁ ବ୍ଲକ ର ବିଭିନ୍ନ ଗ୍ରାମରୁ ୧୭୭୦ ଜଣ ମହିଳା ଓ ୭୪୧ ଜଣ ପୁରୁଷ ମୋଟ ୨୫୧୧ ଜଣ ନିରକ୍ଷର ଙ୍କୁ ନେଇ ସାକ୍ଷରତା ଆକଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଜିଲା ଶିକ୍ଷା ବିଭାଗର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କେଶବ ମେହେର ତଦାରଖ କରିଥିଲେ | ଏହାସହ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ ସାହୁ, ଅଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମନ୍ତ ପଣ୍ଡା, ହେମେନ୍ଦ୍ରନାଥ ବେହେରା, ଗୀତାଞ୍ଜଳି ବସ୍ତିଆ ଓ ଗିରିଶବାଳା ଜେନା ପ୍ରମୁଖ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ

masiha

Leave a Comment

error: Content is protected !!