ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ 

ମୟୂରଭଂଜ -୨୫/୧୦ — ରାଇରଙ୍ଗପୁର ଲ୍ୟାମ୍ପସର ବାର୍ଷିକ ସାଧାରଣ ବୈଠକ ଲ୍ୟାମ୍ପସ କାର୍ଯ୍ୟାଳୟ ପରିସରରେ ଲ୍ୟାମ୍ପସର ସଭାପତି ସୁଗଦା ମାର୍ଣ୍ଡୀ ସଭାପତିତ୍ବ କରିଥିଲାବେଳେ ଏମଡି ଲୋପାମୁଦ୍ରା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ଏହାର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଏସଏଆରସିଏସ ର ମିର୍ଜା ହେମ୍ବ୍ରମ,ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦନ ମାଝୀ ଲ୍ୟାମ୍ପସର ସଭାପତି ସୁଗଦା ମାର୍ଣ୍ଡୀ ଲ୍ୟାମ୍ପସ ର ସଦସ୍ଯ/ ସଦସ୍ୟା ଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ ।ଏହି ସଭାରେ ଲ୍ୟାମ୍ପସର ବାର୍ଷିକ ଅଡିଟ ରିପୋର୍ଟ ଉପସ୍ଥାପନା କରାଯାଇଥିଲା ।ଵାର୍ଷିକ ଆୟ ବ୍ୟୟ ଅଟକଳ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।ତଦସହ ଅତିଥିଗଣ କହିଥିଲେ ଚାଷୀମାନେ ଦେଶର ଅନ୍ନଦାତା ।ସେମାନଙ୍କୁ ଆର୍ଥିକ ସଶକ୍ତ କରାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ବିକାଶ ଯୋଜନା,ପ୍ରଧାନମନ୍ତ୍ରୀ କୃଷି ବୀମା ,ତଦସହ ଚାଷୀ ଋଣ,ସାର ବିହନ ,କେଉଁ ସମୟରେ କେଉଁ ଚାଷ କରିବା ସବୁକିଛି ତଥ୍ୟ ଚାଷୀମାନଙ୍କୁ ଦେବାକୁ ପଡ଼ିବ ।ବୈଷୟିକ ପରାମର୍ଶ ମଧ୍ୟ ଦେବା ଦରକାର । ଲ୍ୟାମ୍ପସ କର୍ମଚାରୀମାନେ ଚାଷୀ ଋଣ ,ଆଦାୟ ,ବିହନ ବିକ୍ରୟ ,ଧାନକ୍ରୟ ପୂର୍ବରୁ ଚାଷୀମାନଙ୍କୁ ଧାନର ମାନ ଉପରେ ସୂଚନା,ଚାଷୀମାନେ କିଭଳି ଅଧିକରୁ ଅଧିକ ଲ୍ୟାମ୍ପସ ର ସଦସ୍ୟ ହେବେ ଏଵଂ ପ୍ରଧାନମନ୍ତ୍ରୀ କିଷାନଵୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା ।ତଦସହ ଚାଷ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଆଶୁତୋଷ ମହାନ୍ତ, ସଞ୍ଜିତ କୁମାର ବାରିକ,କୃଷ୍ନ ମହାନ୍ତ ,ରୁପାଲି ମହାନ୍ତ,ଇନ୍ଦ୍ରଜିତ ବାରିକ ,ବିଶ୍ବ କଳ୍ପିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ  

masiha

” ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ” : ରାଜ୍ୟପାଳ

Sunil Chandra Nayak

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

masiha

Leave a Comment

error: Content is protected !!