ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଠିକଟା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଲାଠିକଟା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଉରକେଲା: ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର (ନାଉନୀ ଟୁଙ୍ଗରୀ) ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ପାଦା ପାଡହା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଏହି ଶିବିରରେ ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଫେସର ସାନିରାମ କେରକେଟା ଓ ପ୍ରଫେସର ଅଶୋକ କୁମାର ମିଞ୍ଜ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ସଂପାଦିକା ରାମିୟା ଓରାମ, ଦାସା ଏକ୍କା( କାରଠା), କର୍ମା ଏକ୍କା(କଟୱାର), ଦାମୁ ତିର୍କୀ(ସମାଜ ସେବୀ) , ଲକ୍ଷ୍ମଣ ତିର୍କୀ (କାହତୋ), ବନ୍ଧନା ଟପ୍ପୋ (ଉପ ଦେଵାନ୍), ଲାଠିକଟା ମୁଲି ପାତହାର କର୍ମକର୍ତ୍ତା ଏବଂ ଧାତଖା ପାଦହାର କର୍ମକର୍ତ୍ତା ଉପସ୍ଥିତ ରହିବା ସହିତ ପ୍ରାୟ ୪୦୦ ଜଣ ପ୍ରଶିକ୍ଷଣ ନେଲେ । ଏହା ଆହୁରି ଚାରି ରବିବାର ଦିନ ମାନଙ୍କରେ ଲାଠିକଟା ନାଉନୀ ଟୁଙ୍ଗରୀରେ ଏହି ପ୍ରଶିକ୍ଷଣ ଚାଲିବ । ପରିଶେଷରେ ବନ୍ଦନା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସମାଜର ସଂପାଦିକା ରାମିୟା ଓରାମ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତମ୍ବଛଡା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ ଉତ୍ସବ ୨୦୨୨-୨୩ ପାଳିତ

Sunil Chandra Nayak

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଚାଳକ ମୃତ

masiha

ମୁଷାନାଳଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ସମାରୋହ , ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!