ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ଗ୍ରସ୍ତ 

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ଗ୍ରସ୍ତ 

ଆଗକୁ ଆସୁଥିବା ‘ମୋନ୍ଥା ‘ ପାଇଁ ସାରା ଓଡ଼ିଶାରେ ହାଇ ଏଲଟ ଜାରି କରାଯାଇଥିବା ବେଳେ ବିଡ଼ିଓ ତ୍ରିପୁରା ମହାନନ୍ଦ ଗୋଲାମୁଣ୍ଡା ବ୍ଲକ ବିଭିନ୍ନ ଗ୍ରାମ ପଂଚାୟତକୁ ପରିଦର୍ଶନ କରି ଗ୍ରାମ ପଂଚାୟତ ପ୍ରତିନିଧି ମାନଙ୍କୁ ଦାୟିତ୍ଵ ଦେଇ ଲୋକମାନଙ୍କ ସେବା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଆସନ୍ତା ଅକ୍ଟୋବର ୨୮ଓ ୨୯ ତାରିଖ ଅରେଞ୍ଜ ୱାର୍ଣିଂ ଜାରି ହୋଇଥିବା ବେଳେ ୩୦ତାରିଖ ଦିନ ରେଡ ଆଲର୍ଟ ଜାରି କରାଯାଇଥିବା ପ୍ରକାଶ କରାଯାଇଅଛି। ଏଥିରେ ବିଡ଼ିଓଙ୍କ ସହ ଏ ବିଡ଼ିଓ ବିଜୟ କୁମାର ନାୟକ, ଏଇଇ ଚିତ୍ତ ରଂଜନ ଜେନା ପ୍ରମୁଖ ପରିଦର୍ଶନ କରିଛନ୍ତି । କୁମ୍ଭାରି ଗ୍ରାମ ତେଲ ନଦୀ ତଳରେ ଥିବା ହେତୁ ଏହି ଗ୍ରାମ ସହ ଅନ୍ୟାନ୍ୟ ଗ୍ରାମକୁ ହାଇ ଏଲଟ ଜାରୀ କରଯାଇଛି। ଏଥିରେ ସରପଂଚ ପ୍ରତିନିଧି କୁମୁଦ ସା ,ପିଇଓ ପୁରୁଷୋତ୍ତମ ନାଏକ , ଏଡିଓ ଡକରୁ ସୁନାନି, ଦଶପୁର ମଣ୍ଡଳ ବିଜେପି ସଭାପତି ପ୍ରମୋଦ ପଧାନ, ୱାର୍ଡ ମେମ୍ବର ଦିବ୍ୟ ପଧାନ, ମଙ୍ଗଳ ସୁନାନୀ, ପ୍ରଧାନ ଶିକ୍ଷକ କୁମ୍ବସୂତ ସୁନାନୀ, ତିଳକ ରାମ ସୁନାନି, ରଜପାଲି ନିଆଲ, ସମାଜସେବୀ ଜଗଜ୍ଜୀବନ ସା, ସୁରେନ୍ଦ୍ର ନାଏକ, ସମାଜସେବୀ ଜିତୁ ପଧାନ ତଥା ଅଙ୍ଗନୱାଡ଼ି ବିଳାସ ଭୋଇ ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ। ସମସ୍ତଙ୍କୁ ଏଥିପ୍ରତି ସଚେତନ ହେବା ସହ ଅନାବଶ୍ୟକ କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରନ୍ତୁ ନାହିଁ , ତେଲ ନଦୀକୁ ଯାଆନ୍ତୁ ନାହିଁ ବୋଲି କୁହାଯାଇଛି।

Related posts

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

Sunil Chandra Nayak

ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩

୧- ଅଣ୍ଟାମଡ଼ା ଗାଁରେ ୪ ଟି ପରିବାରଙ୍କ ଘର ଭଙ୍ଗାକୁ ନେଇ ୭ ଜଣଙ୍କୁ କୋର୍ଟ ଚାଲାଣ , ୨- ମରଣ ଜନ୍ତା ପାଲିଟିଛି ରାସ୍ତା ଦୋୟନୀୟ ଭାବରେ ୫ ଖଣ୍ଡ ଗ୍ରାମ ଲୋକେ 

masiha

Leave a Comment

error: Content is protected !!