ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

ମୟୂରଭଂଜ – ୨୮/୧୦ —  ରାଇରଙ୍ଗପୁର ଉପଖଣ୍ଡର ମୁଖ୍ୟ ଡାକ୍ତର ଖାନା ରାଇରଙ୍ଗପୁର ଠାରେ ଆଜି ପୂର୍ବାହ୍ନ 10 ଘଟିକା ରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ 30 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ପ୍ରକାଶ ଯୋଗ୍ୟ କି ସନ୍ଥ ପ୍ରବର୍ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜଙ୍କ ର ପବିତ୍ର ଜନ୍ମ ଉତ୍ସବ ପରିପ୍ରେକ୍ଷୀରେ ପ୍ରତି ବର୍ଷ ପୃଥିବୀର ବିଭିନ୍ନ ଦେଶରେ ଏ ପ୍ରକାର ରକ୍ତ ଦାନ ଶିବିର ଏ ସଂସ୍ଥା ଆୟୋଜନ କରି ଆସୁଛି l ଆଜିର ଏ ପବିତ୍ର ରକ୍ତ ଦାନ ମହତ୍ ଦାନ ଉତ୍ସବରେ ଯୋଗଦେଇ ଥିଲେ ବିଜେପି ର ବରିଷ୍ଠ କାର୍ଯ୍ୟ କର୍ତ୍ତା ନବୀନ ରାମ,ଯୋଗେନ୍ଦ୍ର ବେହୁରା,ଶିକ୍ଷାବିତ୍ ସୁରଥ ପଟ୍ଟନାୟକ,ଗୌରବ ଅଗ୍ରୱାଲ,ଅଖିଳେଶ ମାହାତ,ବିଶ୍ଵ ରଞ୍ଜନ ପଟ୍ଟନାୟକ,ପ୍ରେମ୍ ଚାନ୍ଦ ନାୟକ,ବିକାଶ ମହାନ୍ତ,ଗୁରୁ ଚରଣ,ବିଶାନା ସିଂହ ପ୍ରଭୁତି ଏ ପ୍ରକାର ଜନ ହିତକର ଅନ୍ୟାନ୍ୟ କାର୍ଯ୍ୟ ବିହଙ୍ଗମ ଯୋଗ ସଂସ୍ଥାନ ଦ୍ଵାରା ଏ ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପକ ଭାବରେ କରିବାର ଯୋଜନା କରାଯାଇଥିବା କଥା ସଂସ୍ଥାର ସଂଯୋଜକ ଅଖିଳେଶ ମାହତୋ ଙ୍କ ଠାରୁ ପ୍ରକାଶ l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଙ୍କ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

Sunil Chandra Nayak

କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ 

Sunil Chandra Nayak

ଆସିକା ଘଟକୁରି ସେବା ସମବାୟ ସମିତି ରେ ଖୋଲିଲା ମଣ୍ଡି 

masiha

Leave a Comment

error: Content is protected !!