ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

ଡାବୁଗାଁ, ୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ନିକଟ ଏସଆରଡି ଫାର୍ମ ଠାରେ ଜିଲା ମତ୍ସ୍ୟ ବିଭାଗ ତରଫରୁ ୨ ଦିନିଆ ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର ସୋମବାର ଶେଷ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରତିନିଧି ପଞ୍ଚାନନ ବାବାଲି ଯୋଗଦେଇ ଜିଲାରେ ମତ୍ସ୍ୟ ଚାଷୀ ମାନେ କିପରି ନିଜ ଚାଷରେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ | ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଶାନ ମତ୍ସ୍ୟ ଚାଷ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ଯଥା :- ମତ୍ସ୍ୟ ପୋଖରୀ ଯୋଜନାରେ ନୂତନ ପୋଖରୀ ଖନନ, ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ୩ ବର୍ଷ ରିହାତି, ମତ୍ସ୍ୟ ଚାଷୀ ଙ୍କ ପିଲାଙ୍କୁ ଛାତ୍ର ବୃତ୍ତି ପ୍ରଦାନ ଯୋଜନା, ଜୈବ ପୁଞ୍ଜ ମାଧ୍ୟମରେ ମତ୍ସ୍ୟ ଚାଷ, ମତ୍ସ୍ୟ ଚାଷ ସମୟରେ ଉପଜୁଥିବା ବିଭିନ୍ନ ସମସ୍ୟା ଓ ସେ ସବୁର ପ୍ରତିକାର ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଓ ଚାଷୀ ମାନେ ଉନ୍ନତ ପ୍ରଣାଳୀରେ ମତ୍ସ୍ୟ ଚାଷ କରି କିପରି ଉପକୃତ ହୋଇ ପାରିବେ ଓ ଅଧିକ ରୁ ଅଧିକ ମାଛ ଉତ୍ପାଦନ ବୃଦ୍ଧି କରିବା ସହିତ ନିଜର ଜୀବିକା ଅତିବାହିତ କରିପାରିବେ ଏବଂ ମତ୍ସ୍ୟ ବିଭାଗରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ | ଏଥିରେ ପାଣି ପଞ୍ଚାୟତ ଚେୟାରମ୍ୟାନ ବିଦ୍ୟାଧର ଜେନା, ଏସଆରଡି ଫାର୍ମ ମାଲିକ ସୁକରଞ୍ଜନ ଦାସ, ଅଗ୍ରଣୀ ମତ୍ସ୍ୟ ଚାଷୀ ବିଭାସ ବାଛା ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ସହକାରୀ ମତ୍ସ୍ୟ ଅଧିକାରୀ ବିଶ୍ଵଜିତ ସରକାର ମଞ୍ଚ ପରିଚାଳନା କରିଥିବା ବେଳେ ଉମରକୋଟ ସହକାରୀ ମତ୍ସ୍ୟ ଅଧିକାରୀ ଦେବବ୍ରତ ମିତ୍ର, ସହକାରୀ ମତ୍ସ୍ୟ ଅଧିକାରୀ ଝରିଗାଁ ସହକାରୀ ମତ୍ସ୍ୟ ଅଧିକାରୀ ସୁଜିତ କୁମାର କର, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଅଶ୍ଵିନୀ କୁମାର ଜେନା ଓ ସଙ୍ଗୀତା ସାମଲ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଉତ୍ତମ କୁମାର ଗଣ୍ଡ ପ୍ରମୁଖ ସହଯୋଗ କରିଥିଲେ | ଏଥିରେ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକରୁ ମୋଟ ୫୦ ଜଣ ମତ୍ସ୍ୟ ଚାଷୀ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଦାମ ପାହାଡରେ ସାଇବର ସଚେତନତା ରଥ ଓ ସଚେତନତା ଶିବିର 

masiha

୬ଷ୍ଠ କ୍ଷୁଦ୍ର ଜଳ ଗଣନାରେ ଓଡାପଡା ବ୍ଲକର ସଫଳ ପଦକ୍ଷେପ

Sunil Chandra Nayak

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

masiha

Leave a Comment

error: Content is protected !!