ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଜଳରେ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି : ସୃଷ୍ଟି ହେଉଛି କୁତ୍ରିମ ପୋଖରୀ । ଦାୟିତ୍ଵ କାହାର ?

ବର୍ଷା ଜଳରେ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି : ସୃଷ୍ଟି ହେଉଛି କୁତ୍ରିମ ପୋଖରୀ । ଦାୟିତ୍ଵ କାହାର ?

ତେନ୍ତୁଳିଖୁଣ୍ଟି, ୦୯/୦୯/୨୪ : ଆଠ ତାରିଖ ରାତି ଘଣ୍ଟାଏ ବର୍ଷରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି ଜଳମଗ୍ନ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।ବର୍ଷା ଘଣ୍ଟାଏ ହେଲେ ଜଳ ନିଷ୍କାସନ ହୋଇପାରୁନି ଇନ୍ଦ୍ରାବତୀ ମୁଖ୍ୟରାସ୍ତା ରେ । ଏହି ରାସ୍ତା ର ଡ୍ରେନ ନିର୍ମାଣ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କରିଥିଲା। ଡ୍ରେନ ହେବା ପରଠାରୁ ଥରୁଟିଏ ବି ଡ୍ରେନ ସଫା ନା ପଞ୍ଚାୟତ କରିଛି ନା ରାସ୍ତା ଓ ଗୃହ ନିର୍ମାଣ ବିଭାଗ । ଏହି ମୁଖ୍ୟ ରାସ୍ତା ର ଜଳ ଜମି ଆଡ଼କୁ ନିଷ୍କାସନ ପାଇଁ ଯେତେ ଗୁଡ଼ିଏ ବାଇ ପାସ ଡ୍ରେନ ଥିଲା ସବୁ ବନ୍ଦ କରିଦେଇଛନ୍ତି ପାର୍ଶ୍ଵବର୍ତ୍ତୀ ଗୃହ ମାଲିକ । ମାଉସୀମା ମନ୍ଦିର ଠାରୁ ହାଇ ମାକ୍ସ ଛକ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଥିବା ଦେଖାଯାଇଛି। ଏହି କିଲୋମିଟର ମଧ୍ୟରେ ତିନି ଗୋଟି ବ୍ରିଜ ଅଛି କିନ୍ତୁ ନିର୍ଗମନ ପଥ ଆବର୍ଜନା ରେ ଭରପୁର। ପଞ୍ଚାୟତ ରେ ଆବର୍ଜନା ସଫେଇ ବ୍ୟବସ୍ଥା ନ ଥିବାରୁ ସମଗ୍ର ମାର୍କେଟ ର ଆବର୍ଜନା ଡ୍ରେନ ଓ ବ୍ରିଜ ସମ୍ମୁଖ ନିର୍ଗମନ୍ ସ୍ଥାନ ରେ ।ଦୀର୍ଘବର୍ଷ ଧରି ଡ୍ରେନ ସଫା ହେଉନଥିବାରୁ ଓ ବର୍ଷା ହେଲେ ଜମା ହୋଇଥିବା ପାଣି ଡ୍ରେନରେ ଯିବାର ସୁବିଧା ନଥିବାରୁ ଜଳମୟ କରିଦେଇଛି କିଛି ଘଣ୍ଟା ସମଗ୍ର ସାହି ଓ ଜଗନ୍ନାଥ ମାର୍କେଟ କମ୍ପ୍ଲେକ୍ସ , କମ୍ଳେକ୍ସ ର କିଛି ଦୋକାନ ଗୃହ ରେ ପାଣି ପଶି ସମସ୍ୟା ସୃଷ୍ଟି କରୁଛି। ସମସ୍ୟା ପ୍ରତି ବର୍ଷ ହେଉଛି କିନ୍ତୁ ସମାଧାନ ନା ପଞ୍ଚାୟତ କରୁଛି ନା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନା କମ୍ପ୍ଲେକ୍ସ ମାଲିକ ? ବର୍ଷା ଜଳ ରାସ୍ତା ରେ ଯେଭଳି ଜମି ରହୁଛି ଯାତାୟତ ରେ ସମସ୍ୟା ସୃଷ୍ଟି କରୁଛି ଖାଲି ଯେ ଯାତାୟତ ରେ ବାଧା ସୃଷ୍ଠି ହେଉଛି ତାହା ନୁହଁ ଜମି ରହୁଥିବା ଅପରିଷ୍କାର ଜଳ ହେତୁ ସାହିରେ ରୋଗକୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ସାହି ବାସୀ କହିଛନ୍ତି ।ତେବେ ତୁରନ୍ତ ଡ୍ରେନ ସଫେଇ କରି ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ରାସ୍ତା ରେ ପାଣି ଜମି ରହିବା ଯୋଗୁଁ ରାସ୍ତା ମଧ୍ୟ ବହୁ ସ୍ଥାନରେ ନଷ୍ଟ ହୋଇ ଗର୍ତ୍ତ ସୃଷ୍ଟି ହେଲାଣି। ଏହି ସମସ୍ୟା ର ସମାଧାନ ପାଇଁ ଗତ ମାସରେ ବିଧାୟକ ଙ୍କୁ କିଛି ବଜାର ବାସୀ ବିଧାୟକ ଙ୍କୁ ଦାବୀ ପତ୍ର ଦେଇଥିଲେ କିନ୍ତୁ କିଛି ଫଳ ମିଳି ପାରିନି । ସ୍ଥାୟୀ ପ୍ରତିକାର ପାଇଁ ବିଭାଗୀୟ ଯନ୍ତ୍ରୀ ଡ୍ରେନ ରୁ ଜଳ ନୀର୍ଗମନ ବ୍ୟବସ୍ଥା କରିଲେ ହିଁ ସ୍ଥାୟୀ ସମାଧାନ ହୋଇ ପାରିବ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳି ଖୁଣ୍ଟି 

Related posts

ମଧୁବାବୁ ପେନସନ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ 

Sunil Chandra Nayak

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

ରୋଟାରୀ କ୍ଲବ୍ ରାଇରଙ୍ଗପୁର ରୟାଲ୍ ତରଫରୁ ମେଗା ଵୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!