ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ଉପସଭାପତି ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା କବିତା ଦଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ପ୍ରବନ୍ଧକ ଉପେନ୍ଦ୍ର ନାଥ ଦାଶ ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଜୟିନି ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ କାର୍ତ୍ତିକ ମାହାତ୍ମ୍ୟ ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଦେଇ କହିଲେ ଯେ ଆମ ସଂସ୍କୃତିରେ ଶାସ୍ତ୍ର ଓ ପୁରାଣ ଅନୁସାରେ ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଧର୍ମ କାର୍ଯ୍ୟ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଇ ମାସଟିକୁ ନିଷ୍ଠାର ସହକାରେ ପାଳନ କରାଯାଏ | ତୁଳସୀ ପୂଜନର ମାହାତ୍ମ୍ୟ ବିଷୟରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରି କହିଲେ ଯେ ବର୍ତ୍ତମାନ ପାଠାଗାର ପ୍ରତି ଲୋକ ମାନଙ୍କର ଆଗ୍ରହ କମି କମି ଯାଉଛି, ତାର କାରଣ ହେଉଛି ଇଣ୍ଟରନେଟ ଏବଂ କୁତ୍ରିମ ବୁଦ୍ଧିମତାର ବହୁଳ ଭାବରେ ପ୍ରଚାର ପ୍ରସାର ଯୋଗୁଁ | ତଥାପି ଭବିଷ୍ୟତ ପାଇଁ ପାଠାଗାର ଗୁଡିକରେ ବହି ଗୁଡିକ ଯତ୍ନ ସହକାରେ ରଖିବା ସଙ୍ଗେ ସଙ୍ଗେ ପାଠାଗାର ଆନ୍ଦୋଳନକୁ ଜାରି ରଖିବା ସହ ଏସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକ କିଶୋରୀ ମୋହନ କର ଆଦିକନ୍ଦ କେତେ ଶୀର୍ଷକ ଏକ କ୍ଷୁଦ୍ର ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ସୁଶାନ୍ତ ନାୟକ ଏବଂ ସବିତା ପରିଡାଙ୍କ ସଂଯୋଜନାରେ ଅଶୋକ କୁମାର ପଟ୍ଟନାୟକ, ସୁନୀଲ କୁମାର ମହାନ୍ତି, ବ୍ରହ୍ମାନନ୍ଦ ପାଢ଼ୀ, ଉପେନ୍ଦ୍ର କୁମାର ବସ୍ତିଆ, ଦିବାକର ଦାସ, ବଳରାମ ଦାସ,ପ୍ରିୟା ପାତ୍ର, ଦୀପ୍ତି ମହାନ୍ତି, ପ୍ରତାପ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ବଳ, ଗଦାଧର ରଥଙ୍କ ସହ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ, ଆବାହକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସୁଭାଷିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ଶକ୍ତିପ୍ରସାଦ ସାମନ୍ତରାୟ, ପ୍ରିୟା ପାତ୍ର, ଶରତ ସ୍ବାଇଁ, ବିଭୁଦତ୍ତ ବେହେରା, ଶରତ ରାଉତ, ବସନ୍ତ ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, ନିରୁପମା ଚାନ୍ଦ, ରମେଶ ଚନ୍ଦ୍ର ସାହୁ, କୌଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା,ସ୍ବର୍ଣ୍ଣଲତା ଘଡେଇ, କରୁଣାକର ପାଟ୍ଟଶାଣି, ବୃନ୍ଦାବନ ନାୟକ, କମଳ ଆଚାର୍ଯ୍ୟ, ରୁକ୍ମିଣୀ ଅଗ୍ରୱାଲ, କାମିନୀ ବିଶ୍ୱାଳ, ପ୍ରବୀର କୁମାର ଦୁବେ,ଅରବିନ୍ଦ ପାତ୍ର, ରାଧା ମୋହନ ନାୟକ, ପୁତୁଲ ଡୋଗ୍ରା, ପ୍ରଭାସିନୀ ସାହୁଙ୍କ ସମେତ ବହୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

masiha

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ 

Sunil Chandra Nayak

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

masiha

Leave a Comment

error: Content is protected !!