ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜ୍ଞାନ – ରାସ୍ତାର ଦୋଛକିରେ 

ବିଜ୍ଞାନ – ରାସ୍ତାର ଦୋଛକିରେ 

ରାଉରକେଲା:ଉଦିତନଗର ସ୍ଥିତ ମ୍ୟୁନିସିପାଲ୍ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗ ଦ୍ୱାରା ଏକ ଆଲୋଚନା ଚକ୍ର ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ଶୀର୍ଷକ ଥିଲା “ବିଜ୍ଞାନ, ରାସ୍ତାର ଦୋଛକିରେ”। ପ୍ରଥମେ ବିଭାଗର ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବାନାରା ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ଶୃତି ସ୍ୱରୂପା ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ସୁଦୂର ପୁନା ସ୍ଥିତ ଅଖିଳ ଭାରତୀୟ ବିଜ୍ଞାନ ଓ ଗବେଷଣା କେନ୍ଦ୍ରରୁ ଆସିଥିବା ରସାୟନବିତ୍ ଡଃ ସନ୍ଧ୍ୟା ରାଣୀ ନାୟକ ତାଙ୍କ ବକ୍ତବ୍ୟରେ କ୍ୟାରିଅର କାଉନସେଲିଂ ଉପରେ କଲେଜର ସମସ୍ତ +୩ ବିଜ୍ଞାନ ପିଲା ମାନଙ୍କର ମାର୍ଗ ଦର୍ଶନ କରାଇବା ସଙ୍ଗେ ସଙ୍ଗେ ନିଜର ପିଏଚଡି ସନ୍ଦର୍ଭ ଆଧାରିତ ଫଟୋ ଲୁମିନିସେନ୍ସ ବିଷୟରେ ଆଲୋକପାତ କରିଥିଲେ। ଦ୍ଵିତୀୟ ବକ୍ତା ଭାବରେ ଆଲୋଚନାଚକ୍ରର ଉପଦେଷ୍ଟା ତଥା ରାଉରକେଲା ଆସୋସିଏସନ୍ ଫର ବାୟୋଜେନେସିସ୍ ଅଫ ସାଇନ୍ସ ଆଣ୍ଡ ସ୍ପିରିଚୁଆଲିଟି( ରାବ୍ସ)ର ସାଧାରଣ ସମ୍ପାଦକ ତଥା ବିଭାଗର ପୂର୍ବତନ ପ୍ରାଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତାଙ୍କର ଅଭିଭାଷଣରେ ବିଜ୍ଞାନର ଆଧ୍ୟାତ୍ମିକ ବିବର୍ତ୍ତନ ଉପରେ କାହିଲେ ଯେ, ଜୀବନର ଲକ୍ଷ୍ୟ ହେଉଛି ଶାନ୍ତି ଓ ସ୍ଥିରତା, ପାର୍ଥିବ କ୍ଷଣସ୍ଥାୟୀ ଉପଭୋଗ ନୁହେଁ। ପୃଥିବୀକୁ ଜୀବନ ଅସିଛି ଚାଲିଯିବା ପାଇଁ ନୁହେଁ, ବରଂ ସବୁଦିନ ରହିବାପାଇଁ। ଏଥିପାଇଁ ବିଜ୍ଞାନ ପଦାର୍ଥର ବନ୍ଧନରୁ ମୁକ୍ତ ହୋଇ ଏକ ଗୁରୁ ଦାୟିତ୍ଵ ବହନ କରିବାକୁ ପଡ଼ିବ। ସମ୍ମାନିତ ଅତିଥି ରାଜନୀତି ବିଜ୍ଞାନର ପ୍ରାଧ୍ୟାପିକା ଭାଗ୍ୟଲକ୍ଷ୍ମୀ ଦେଓ ତାଙ୍କର ସ୍ୱଳ୍ପ ବକ୍ତବ୍ୟରେ ବିଜ୍ଞାନର ବହୁମୁଖି ଉପକାର ବିଷୟରେ କହିବା ସଙ୍ଗେ ସଙ୍ଗେ ଏହା ମାନବୀୟ ହେବା ଉଚିତ୍ ବୋଲି ମତ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ହରିହର ଦାସ ଏହି ଆଲୋଚନା ଚକ୍ରକୁ ଏକ ଉପାଦେୟ ପଦକ୍ଷେପ କହି ଏହାର ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବିଭାଗର ଡଃ ଶିବାନୀ ମୁଣ୍ଡ ସଂଯୋଜନା କରିଥିବାବେଳେ ଚିନ୍ମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଲ ସ୍ୱାଇଁ ଓ ସୁଶ୍ରୀ ଅମିୟା ଟପୋ ପରିଚାଳନା ଦାୟିତ୍ୱରେ ଥିଲାବେଳେ ବିଭାଗର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ କର୍ମଶାଳା

Sunil Chandra Nayak

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

Leave a Comment

error: Content is protected !!