ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

ମୟୂରଭଂଜ -୩୧/୧୦ — ଭାରତର ମହାନ ଜନନାୟକ, ସ୍ବାଧୀନତା ସଂଗ୍ରାମୀ, ତଦକାଳୀନ ପ୍ରଥମ ଉପ ପ୍ରଧାନମନ୍ତ୍ରୀ,ମହାନ ଦୂରଦ୍ରଷ୍ଟୀ, ଦେଶପ୍ରେମୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ୧୫୦ ତମ ଜୟନ୍ତୀ । ସେହି ମହାନ୍ ଜନନାୟକଙ୍କୁ ସମ୍ମାନ ଜଣାଇବା ପାଇଁ ତାଙ୍କ ଜନ୍ମ ଦିଵସକୁ ସାରା ଭାରତର ଏକତା ଦିବସ ଭାବରେରେ ପଲ୍ଲୀରୁ ଦିଲ୍ଲୀ ପାଳନ କରୁଛି ।ଅଦମ୍ୟ ସାହାସୀ, ଦୂରଦ୍ରଷ୍ଟୀ, ବିଚକ୍ଷଣ ବୁଦ୍ଧି ଯୋଗୁଁ ଭାରତ ସ୍ବାଧୀନତା ସମୟରେ ସମସ୍ତ ୫୬୨ ଟି ଗଡ଼ଜାତ ରାଜ୍ୟକୁ ଦେଶ ଓ ରାଜ୍ୟରେ ମିଶାଇ ଏକ ସାହସିକତା ଦେଖାଇଥିଲେ ।ତାଙ୍କର ସୁନେଲି ସ୍ବପ୍ନ ଥିଲା ଅଖଣ୍ଡ ଭାରତ ଓ ଆତ୍ମନିର୍ଭରଶୀଳ ଭାରତ ଗଠନ ।ନିଜ କଠୋର, ସଠିକ ନିଷ୍ପତ୍ତି ଯୋଗୁଁ ତାଙ୍କୁ ଲୌହ ମାନବ କୁହାଯାଇଥିଲା । ସେହି ଦିବଂଗତ ଜନନେତା ଙ୍କ ୧୫୦ ତମ ଜୟନ୍ତୀରେ ରାଇରଙ୍ଗପୁର ରେ ଏକ ଗଣଦୌଡ ଆଜି ଶୁକ୍ରବାର ପୂର୍ବାହ୍ନ ୮ ଟାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୟୂରଭଃଜ ସାଂସଦ ନବ ଚରଣ ମାଝି, ବରିଷ୍ଠ ବିଜେପି ନେତା ନଵୀନ ରାମ,ସାଂସଦଙ୍କ ଜିଲ୍ଲା ପ୍ରତିନିଧି ମନୋଜ ଦାସ, ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ, ସହକାରୀସ ଉପଜିଲ୍ଲାପାଳ ଯଦୁନାଥ ସେଠୀ, ସହକାରୀ ଉପଜିଲ୍ଲାପାଳ ମାନସ କୁମାର ବେହେରା , ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ରାଇରଙ୍ଗପୁର ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ‌, ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ , ଆଇଟିଆଇ ର ଛାତ୍ରଛାତ୍ରୀ,ବିଭିନ୍ନ‌ସ୍ବେଛାସେଵୀ ଅନୁଷ୍ଠାନର କର୍ମକର୍ତା,ବିଜେପିର ନେତୃବୃନ୍ଦ ଓ କର୍ମୀବୃନ୍ଦ କର୍ମୀମାନେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରୁ ଏକ ବିଶାଳ ମାରାଥଧ ସହର ପରିକ୍ରମା କରି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା ।ସର୍ଦାର ବଲ୍ଲଭ ଭାଇ ପଟେଲ ଅମର ରହେ, ଲୌହମାନଵ ସର୍ଦାର ବଲ୍ଲଭ ଭାଇ ପଟେଲ ଅମର ରହେ , ଆମେ ଚାହୁଁ ଅଖଣ୍ଡ ଭାରତ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।ସାଂସଦ ନବ ଚରଣ ମାଝୀ ଅଖଣ୍ଡ ଭାରତ ଗଠନରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସାହସିକତା, ନିର୍ଭିକତା, ଦେଶପ୍ରେମ, ରାଷ୍ଟ୍ର ପ୍ରେମ,ଆତ୍ମନିର୍ଭର ଭାରତ ଗଠନ ଭୁମିକା ଉପରେ ଆଲୋକପାତ କରିବା ସହ ଗଭୀର‌ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମୟୂରଭଂଜ ରୁ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

masiha

ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ମାନଙ୍କ ଭୂମିକା ଓ ଦାୟିତ୍ଵ ସମନ୍ଧୀୟ ତାଲିମ କାର୍ଯ୍ୟକ୍ରମ

masiha

Mountaineer Ashirbad Mahapatra’s South Africa’s Journey For Mountain Kilimanjaro

Sunil Chandra Nayak

Leave a Comment

error: Content is protected !!