ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଦୁଇ ମାଙ୍କଡ଼ା ପଥର ଗାଡ଼ି ଜବତ, ୨- ନାବାଳକ ନିଖୋଜ, ୩- ଯୁବକଙ୍କ ଆତ୍ମହତ୍ୟା

ଦୁଇ ମାଙ୍କଡ଼ା ପଥର ଗାଡ଼ି ଜବତ

ଢେଙ୍କାନାଳ-  ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ପଥର ଖଣିରୁ ୨ଟି ମାଙ୍କଡ଼ା ପଥର ଗାଡ଼ିକୁ ଉପଜିଲ୍ଲାପାଳ ଓ ଖଣିଜ ବିଭାଗ ପକ୍ଷରୁ ଜବତ କରାଯାଇଛି। ସୂଚନା ଅନୁଯାୟୀ ଇନ୍ଦିପୁର ଅଞ୍ଚଚଳରେ ଦିନକୁ ଶହ ଶହ ସଂଖ୍ୟାରେ ଭାରିଯାନ ସାହାଯ୍ୟରେ ଚୋରା ମାଙ୍କଡା ପଥର ଚାଲାଣ ହେଉଛି। ଖବରପାଇ ଉପ ଜିଲ୍ଲାପାଳ ଓ ଜିଲ୍ଲା ଖଣିଜ ବିଭାଗ ଟ୍ରକ ନଂ ଓଆର ୧୯ କେ- ୨୯୬୯ ଏବଂ ଓଆର ୦ ୨ ଡିଜ-୫୦୯୫ ନଂ ଟ୍ରାକ୍ଟରକୁ ଜବତ କରି ଇନ୍ଦିପୁର ରାଜସ୍ଵ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖିଛନ୍ତି। ଏଭଳି ଭାବେ ଇନ୍ଦିପୁର ରାଜସ୍ୱ କ୍ଷେତ୍ର ଅଞ୍ଚଳରେ ଦୈନିକ ଶହ ଶହ ସଂଖ୍ୟାରେ ଭାରିଯାନ ସାହାଯ୍ୟ ରାଜସ୍ୱ ଲୁଟ ହେଉଛି। କିଛିଟା ଲାଞ୍ଚ ଖୋର ଅଧିକାରୀଙ୍କ ପାଇଁ ସରକାରଙ୍କୁ ଯିବା ରାଜସ୍ଵ ସିଧାସଳଖ ମାଫିଆଙ୍କ ପକେଟକୁ ଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପଟେ ଲୋକ ଦେଖାଣିଆ ଭାବେ କିଛିଟା ଗାଡିକୁ ଜବତ କରି ଛାଡି ଦେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି।

ନାବାଳକ ନିଖୋଜ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ର ଜଣେ ନାବାଳକ ଶୁକ୍ରବାର ଭୋର ସମୟରୁ ଘର ପାଖରୁ ନିଖୋଜ ହୋଇଥିବା ବେଳେ ପରିବାର ପକ୍ଷରୁ ଥାନା ରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି l ଏନଏସି ର ୪ ନଂ ୱାର୍ଡ ର ପ୍ରକାଶ କୁମାର ବରାଳଙ୍କ ୧୨ ବର୍ଷ ର ପୁଅ ବିଷ୍ଣୁ ନିଜର ନିତ୍ୟକର୍ମ ସରିବା ପରେ ଘରୁ କୁଆଡେ ନିଖୋଜ ହୋଇଯାଇଛନ୍ତି l ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ବିଷ୍ଣୁଙ୍କର କୌଣସି ଖବର ନପାଇବାରୁ ଥାନାରେ ଏକ ଏତେଲା ଦେଇଥିବାର ଜଣାଯାଇଛି l ଯଦି କେହି ଏହି ପିଲାକୁ ଦେଖିବେ ତେବେ ୮୪୮୦୨୧୦୩୨୨, ୭୬୫୫୦୩୫୫୧୫ ଏହି ମୋବାଇଲ ନମ୍ବର ରେ ଜଣାଇବାକୁ ଅନୁରୋଧ l

ଯୁବକଙ୍କ ଆତ୍ମହତ୍ୟା

କାମାକ୍ଷାନଗର – ତୁମୁସିଂହା ଥାନା ପଣ୍ଡୁଆ ଫାଣ୍ଡି ନିକଟସ୍ଥ ଖଟୁଆହତା କାଜୁ ବଗିଚାରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ଖବର ଅନୁସାରେ,ଗଁଦିଆ ଥାନା କେନ୍ଦୁପଡ଼ା ଗ୍ରାମର ସ୍ବର୍ଗତ ଅଜୟ ବାରିକଙ୍କ ପୁଅ ଜିତେନ୍ଦ୍ର ବାରିକ (୩୫) ଆଜି ତାଙ୍କ ମାମୁଘର ଖଟୁଆହତା କାଜୁ ବଗିଚା ମଧ୍ୟରେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପଣ୍ଡୁଆ ଫାଣ୍ଡି ଅଧିକାରୀ ବୁଦ୍ଧିମନ୍ତ ସେଠୀ ଖବର ପାଇ ଘଟଣାସ୍ଥଳରେ ସଦଳବଳେ ପହଞ୍ଚି ଶବ ଜବତ କରିବା ସହ ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଚଳାଇଛନ୍ତି

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

masiha

ରାଣୀ ବନ୍ଧ କହୁଛି ବେଦନାର କଥା 

Sunil Chandra Nayak

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

Leave a Comment

error: Content is protected !!