ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ବ

ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫

ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ବ

ରାଉରକେଲା ୧/୧୧, ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପାନପୋଷ ଆଦିବାସୀ ଉନ୍ନୟନ ସଂସ୍ଥା ଉଦିତନଗର ସମ୍ମିଳନୀ କକ୍ଷରେ, ଏକ ସଭା ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସଭାରେ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ବ ଶିର୍ଷକକୁ ନେଇ ଏହି ସଭାରେ ମୁଖ୍ଯ ଅତିଥି ଭାବେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ – ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ସମ୍ମାନୀତ ଅତିଥି ଭାବରେ ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକ ପ୍ରଦ୍ଯୁମ୍ନ କୁମାର ଦ୍ବିବେଦୀ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଡେପୁଟି ସବ୍ କଲେକ୍ଟର ଚାନ୍ଦିନୀ ମାଡାମ, ମୁଖ୍ୟ ବକ୍ତା ଭାବେ ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ଯାପକ ସଞ୍ଜୟ କୁମାର ମହାପାତ୍ର ଏବଂ କାର୍ମକ୍ରମ ସଂଯୋଜକ ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ମଞ୍ଚାସୀନ ଥିଲେ।

     ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଦୁର୍ନୀତି ନିବାରଣ, ଆମ ସାମୁହିକ ଦାୟିତ୍ବ ଶିର୍ଷକରେ ନିଜର ମତବ୍ୟକ୍ତ କରି କହିଥିଲେ ଯେ, ଆମ ସମାଜରେ ପ୍ରତ୍ଯେକ ବ୍ଯକ୍ତି ସତ୍ଯ, ନିଷ୍ଠା ହୋଇ କାର୍ଯ୍ୟ କରିବା ଉଚିତ, ଏହା ଦ୍ଵାରା ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ। ପ୍ରତ୍ଯେକ ଲୋକ ସେବକ ନିଜ କାର୍ଯ୍ଯ ପ୍ରଣାଳୀରେ ସଚ୍ଚୋଟତା, ସାଧୁତା ଓ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହିତ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ କାର୍ଯ୍ୟ କରି ସଚ୍ଚୋଟତା ପ୍ରଦର୍ଶନ କରିବା ଆବଶ୍ୟକ। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗତବର୍ଷ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇ ସରକାରୀ କର୍ମଚାରୀଙ୍କ ଦ୍ବାରା ହେଉଥିବା ଦୁର୍ନୀତିକୁ କେତେକ ମାତ୍ରାରେ ରୋକାଯାଇ ପାରିଛି। ଆଗକୁ ଏହି ପଦକ୍ଷେପ ଜାରି ରହିବ ବୋଲି ମୁଖ୍ୟ ଅତିଥି ଆରକ୍ଷୀ ଉପ ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଆଶା ପ୍ରକଟ କରିଛନ୍ତି।

      ଏହି ଅବସରରେ ଏକ ଶପଥପାଠ ଉତ୍ସବରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନେବା ନାହିଁ କିମ୍ବା ଦେବା ନାହିଁ, ସମସ୍ତ ଦାୟିତ୍ବକୁ ସାଧୁତା ଏବଂ ସଚ୍ଛତାର ସହ ସମ୍ପାଦକ କରିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ସୃଷ୍ଟି କରିବା ସହିତ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଶପଥ ନିଆଯାଇଥିଲା।

               ଏଥିସହିତ ସମସ୍ତ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଇଁ ଆହ୍ୱାନରେ କୁହାଯାଇଛି ଯେ, ପ୍ରତ୍ୟେକ ବ୍ଯକ୍ତି ବିଶ୍ଵାସ କରିବା ଆବଶ୍ୟକ ଯେ, ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧ‌ିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଆବଶ୍ୟକ। ଏହା ପ୍ରତ୍ଯେକ ନାଗରିକଙ୍କ ପାଇଁ ଆହ୍ବାନ ସୃଷ୍ଟି କରିବା ସହିତ ଦୁର୍ନୀତି ନିବାରଣ, ଆମ ସାମୁହିକ ଦାୟିତ୍ବ ବୋଲି ଆଜିର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ-୨୦୨୫ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ 

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

Sunil Chandra Nayak

Leave a Comment

error: Content is protected !!