ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ବେଷାର ୧୧୮ ତମ ମାସିକିଆ ମାଗଣା ହାଟ

ଅନ୍ବେଷାର ୧୧୮ ତମ ମାସିକିଆ ମାଗଣା ହାଟ

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଓ ୧୧୮ତମ ମାସିକିଆ ମାଗଣା ହାଟ ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେଲୱେ କଲୋନୀ ପୋଖରୀ ନିକଟସ୍ଥ ଆମରନାଥ ବସ୍ତି ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ ମୁଖ୍ୟଅତିଥି, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ମାଧ୍ୟମରେ ବହୁ ଗରିବ ଗୁରୁବା ଉପକୃତ ହେଉଛନ୍ତି ବୋଲି ମତ ରଖିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ। ଏହି ଅବସରରେ ଅନ୍ବେଷା ର ରାଜ୍ୟ ପ୍ରତିନିଧି କବି ଶଙ୍କର ପରିଡାଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟନିର୍ବାହୀ ସଦସ୍ୟ ରଞ୍ଜନ ସାହୁ ଓ ଆନ୍ୱେଶା ଟିମ୍ ର ସଦସ୍ୟ ଗଣ ସହଯୋଗ କରିଥିଲେ। ଏହି ମାଗଣା ହାଟ ରେ ବସ୍ତ୍ର, ଛତା, ବର୍ଷାତି, କମ୍ବଳ ଓ ବାସନକୁସନ ଆଦି ଘରୋଇ ସାମଗ୍ରୀ ନିଶୁଲ୍କ ଭାବେ ବଣ୍ଟନ କରାଯାଇଥିଲା 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳିଗଲା ଚା ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

masiha

ବନ୍ଧୁଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରରେ ଭାଷାଞାନ ପରୀକ୍ଷା ଅନୁଷ୍ଠିତ 

masiha

ଚିକିଲି ଗାଁ ସ୍କୁଲରେ ଶିକ୍ଷକ ଦାବିରେ ସ୍କୁଲ ଗେଟରେ ତାଲା ,  ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

masiha

Leave a Comment

error: Content is protected !!