ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀମନ୍ଦିର ନୀଳଚକ୍ର 

ଶ୍ରୀମନ୍ଦିର ନୀଳଚକ୍ର 

ନୀଳାଚଳ ଧାମେ ଶ୍ରୀମନ୍ଦିର ଚୂଳେ

     ନୀଳଚକ୍ର ଶୋଭା ପାଏ

ନୀଳଚକ୍ରେ ନେତ ପତିତପାବନ

       ଭକ୍ତ ଜନେ ଡାକି ଥାଏ ||

ସୁଦର୍ଶନଙ୍କର ଅବତାର ସେହି

       ଚକ୍ରମଣୋହି କରନ୍ତି

ପଞ୍ଚକୋଶୁ ଭକ୍ତ ଦରଶନେ ତାଙ୍କ

        ଜାଗା ଆଶିଷ ପାଆନ୍ତି ||

ନୀଳଚକ୍ରଙ୍କର ଗରୁଡ଼ ସେବକ

       ଚୁନେରା ନେତ ବାନ୍ଧନ୍ତି

ପ୍ରାତେ ନୀଳଚକ୍ର ରଙ୍ଗ ଧଳା ଦିଶେ 

       ସନ୍ଧ୍ୟାରେ ନୀଳ ଦିଶନ୍ତି ||

ଉଚ୍ଚତା ଯାହାର ଏଗାର ଫୁଟଓ

     ଆଠ ଇଞ୍ଚ ହୋଇଅଛି

ସାତଫୁଟ ଛଅ ଇଞ୍ଚ ପ୍ରସ୍ତ ଯାର

      ଆଠଟି ଅର ରହିଛି ||

ନୀଳଚକ୍ର ଅଧା ଲୁହାରେ ତିଆରି

        ତମ୍ବାରେ ତିଆରି ପାଏ

ସୁନା ରୂପା ଦସ୍ତା ପାରା ରଙ୍ଗ ସୀସା

        ଅଷ୍ଟ ଧାତୁ ରହି ଥାଏ ||

ନୀଳଚକ୍ର ସାଥେ ଚଉଦ ହାତୀଆ 

         ପତିତପାବନ ଥାଏ 

ଦର୍ଶନେ ସେଦୁଈ ଭକତ ଜନଙ୍କ

      ସବୁ ପାପ ଧୋଇ ନିଏ ||

 

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

 

 

Related posts

ସାପ କାମୁଡ଼ାରେ ଜଣେ ମହିଳା ମୃତ

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

ମହାସ୍ମୀତା ଓଝା ଙ୍କ କବିତା ଆଞ୍ଜୁଳାଏ ଅମୃତ

Sunil Chandra Nayak

Leave a Comment

error: Content is protected !!