ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିସି ମାଧ୍ୟମରେ ତୋହସିଲ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସବରେଜିଷ୍ଟ୍ରା କାର୍ଯକାରୀ ଉଦ୍ଧଘାଟନ

ଭିସି ମାଧ୍ୟମରେ ତୋହସିଲ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସବରେଜିଷ୍ଟ୍ରା କାର୍ଯକାରୀ ଉଦ୍ଧଘାଟନ 

ବନ୍ଧୁଗାଁ ତା,୧/୧୧/୨୫, (କ. ପ୍ର )(ସଞ୍ଜିବ କୁମାର ବାଙ୍ଗାରୀ )କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ସଭା ଗୃହଠାରେ ଆଜି ବନ୍ଧୁଗାଁ ତହସିଲଦାର ଶ୍ରୀମତି ସନାଲି ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କ ଦ୍ୱାରା ସବରେଜିଷ୍ଟ୍ରାର କାର୍ଯ୍ୟକାରୀ ହବା ନିମନ୍ତେ ଆଜି ଶୁଭ ଉଦ୍ଧଘାଟନ ହୋଇଯାଇଛି I ଉକ୍ତ ଉଦ୍ଧଘାଟନ କାର୍ଯ୍ୟକ୍ରମ ଟି ଓଡ଼ିଶା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହନ ଚରଣ ମାଜି ଙ୍କ ଦ୍ୱାରା ଆଜି ପ୍ରାୟ ୧୧. ୪୫ ମିନିଣ୍ଟ ସମୟରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଓଡିଶାରେ ଥିବା ୪୪ ଗଟି ବ୍ଲକରେ ହିଁ ଆଜି ପ୍ରଥମକରୀ ଭାବରେ ରେଜିଷ୍ଟ୍ରାର କାର୍ଯ୍ୟାକାରୀ ର ନୂତନ ଭାବରେ ଶୁଭ ଉଦ୍ଧଘାଟନ କାର୍ଯ୍ୟକ୍ରମଟି ବ୍ଲକ ପରିସରର ସଭାଗୃହ ଠାରେ ଆୟୋଜିତ ହୋଇଥିଲା I ଆଜିର ଏହି ଭି. ଶି, ର ଉକ୍ତ ବୈଠକ ଠାରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁନ୍ଦରଶ୍ରୀ ସସ୍ମିତା ମେଲେକା ଯୋଗଦେଇଥିବା ସହ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା, ବ୍ଲକ କଂଗ୍ରେସ ବିଧାୟକ ପ୍ରତିନିଧି ଡି. ଏଙ୍କାଟି,ଓ ବ୍ଲକର ସମସ୍ତ ପଞ୍ଚାୟତ ରସମିତି ସଭ୍ୟ ଓ ସଭ୍ୟା ଙ୍କ ସହ ବନ୍ଧୁଗାଁ ଥାନା ଷ୍ଟାଫ, ବନ୍ଧୁଗାଁ ବ୍ଲକର ଆରକ୍ଷୀ ବିଭାଗର ଷ୍ଟାଫ, ଓ ବ୍ଲକର କିଛି ବୁଦ୍ଧିଯିବି ଙ୍କ ସହ ମାନ୍ୟଗନ୍ୟ ବ୍ୟକ୍ତି ଓ ବନ୍ଧୁଗାଁ ବ୍ଲକର ଜନ ସାଧାରଣ ଓ ବୈଦତିକ ଓ ଛାପା କାଗଜର ଗଣ ପ୍ରତିନିଧି ମାନଙ୍କ ଉପସ୍ଥିତରେ ଓଡିଶାର ଆରୋକ୍ଷୀ ବିଭାଗର ଉପ ମୁଖ୍ୟନନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରି ଓଡିଶାର ସମସ୍ତ ଜନ ସାଧାରଣଙ୍କ ହିତ କାର୍ଯ୍ୟ ନିମନ୍ତେ ୪୪ ଗଟି ବ୍ଲକ ଠାରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଯାପିତ ହୋଇଯାଇଛି I ଓଡିଶାରେ ଯେଉଁ ପ୍ରକାର ଭାବରେ ଜମି ପାଇଁ ନିଜ ନିଜ ଭାଇ ଭାଇ ଓ ଦାଦା ପୁତୁରା ସହ ଜମି ପାଇଁ ଲଢେ଼ଇ ହୋଇ ଜୀବନ ହାନି ହୋଉଥିବାର ବିଷୟକୁ ନେଇ ନିଜ ଜମି ପ୍ରତି ନିଜେ କେଉଁ ପ୍ରକାର ଭାବରେ ନିଜ ବ୍ଲକର ସବରେଜିଷ୍ଟ୍ରାର ଅଫିସ ଦ୍ୱାରା ଜମି ଜମା ଗୁଡିକ ଚିହ୍ନଟ କରି କିଣା ବିକା କରିବାର ସୁବିଧା ନିଜ ଇଛା ଅନୁଯାଇ ହୋଇ ପାରିବ ଓ ଗାଁ ଗହଳି ଓ ବ୍ଲକରେ ରହିଥିବା ଦୂର ଦୁରାନ୍ତ୍ରର ଗାଁ ଓ ପାହାଡରେ ବାସ କରି ରହୁଥିବା ଜନ ସାଧାରଣ ଲୋକେ ନିଜ ଜମିର ଚିହ୍ନଟ ଓ କିଣା ବିକା ପାଇଁ ଜିଲ୍ଲାକୁ ଯାଇ ଅଧିକା ଖର୍ଚ୍ଚ ନ କରି ନିଜ ବ୍ଲକରେ ଏହି ସୁବିଧା ପାଇବା ପାଇଁ ଏହି ସବ ରେଜିଷ୍ଟ୍ରାର ଅଫିସ ଦ୍ୱାରା ହୋଇ ପାରିବ ବଲି ବର୍ତମାନ ସରକାରଙ୍କ ଦ୍ୱାରା ଆଜି ସର୍ବ ପ୍ରଥମେ ୪୪ ଟି ବ୍ଲକ ଠାରେ ଉଦ୍ଧଘାଟନ କୋରାଯାଇଛି I ଏହି ସବ ରେଜିଷ୍ଟ୍ରାର ଅଫିସ ର କାର୍ଯ୍ୟକୁ ବ୍ଲକ ବାସି ଜମି ଜମା ବିଷୟରେ ସମସ୍ତ ସୁବିଧା ପାଇ ପାରିବେ ବଲି ଜନ ସାଧାରଣ ଙ୍କୁ ଖବର ମାଧ୍ୟମରେ ଜଣେଇବା ମଧ୍ୟ କୁହା ଯାଇଥିଲା I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

Sunil Chandra Nayak

ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିଳ୍ପ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!